ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଭାଇ –ଭଉଣୀ ମଧ୍ୟରେ ଥିବା ପ୍ରେମର ପର୍ବ ହେଉଛି ରକ୍ଷା ବନ୍ଧନ । ଏହି ପର୍ବକୁ ପାଳନ କରିବା ପାଇଁ ବର୍ଷକୁ ଥରେ ଚାହିଁ ବସିଥାନ୍ତି ଭାଇ-ଭଉଣୀ । ଭଉଣୀଟିଏ ଭାଇର ହାତରେ ରାକ୍ଷୀ ବାନ୍ଧି ତାର ଶୁଭ ମନାସୀ ଥାଏ । ଭାଇ ମଧ୍ୟ ସାରା ଜୀବନ ପର୍ଯ୍ୟନ୍ତ ଭଉଣୀକୁ ରକ୍ଷା କରିବାର ପ୍ରତିଜ୍ଞା କରିଥାଏ । ସେହିପରି ଚଳିତବର୍ଷ ଅଗଷ୍ଟ ୨୨ ରବିବାର ପଡୁଛି ରକ୍ଷାବନ୍ଧନ । ଏହି ଦିନ ଶୁଭ ମୁହୂର୍ତ୍ତରେ ରାକ୍ଷୀ ବନ୍ଧାଯାଇଥାଏ । କିନ୍ତୁ ଏହା ସହିତ ଜଡିତ ଅନେକ କଥା ଅଛି ଯାହାକୁ ବିଶେଷ ଧ୍ୟାନ ଦେବା ଉଚିତ୍ । ତେବେ ଆସନ୍ତୁ ଜାଣିବା ରକ୍ଷା ବନ୍ଧନ ଦିନ କେଉଁ କାମ କରିବା ଉଚିତ୍ ନୁହେଁ ।
– ରକ୍ଷାବନ୍ଧନ ଦିନ ଭଦ୍ରା ଏବଂ ରାହୁକାଳରେ କଦାପି ରାକ୍ଷୀ ବାନ୍ଧିବା ଉଚିତ୍ ନୁହେଁ । ଏହି ସମୟ ଅଶୁଭ ହୋଇଥାଏ । ଏହି ସମୟରେ କରାଯାଇଥିବା କାର୍ଯ୍ୟ ସଫଳତା ପ୍ରାପ୍ତ ହୋଇନଥାଏ । ଅବଶ୍ୟ ଚଳିତବର୍ଷ ଭଦ୍ରା ଯୋଗ ନାହିଁ କିନ୍ତୁ ରାହୁକାଳ ପ୍ରତି ଧ୍ୟାନ ରଖିବା ଉଚିତ୍ ।
– ରକ୍ଷାବନ୍ଧନ ଅବସରରେ କଳାରଙ୍ଗଠାରୁ ଦୂରେଇ ରହିବା ଉଚିତ୍ । କାରଣ କଳା ରଙ୍ଗ ନକରାତ୍ମକର ପ୍ରତୀକ । ସେଥିପାଇଁ ଏହି ରଙ୍ଗ ଉପଯୋଗ କରିବା ଉଚିତ୍ ନୁହେଁ ।
– ଭାଇକୁ ରାକ୍ଷୀ ବାନ୍ଧିବା ସମୟରେ ଧ୍ୟାନ ରଖିଥିବେ ଯେପରି ଭାଇର ମୁହଁ ଦକ୍ଷୀଣ ଦିଗ ଆଡକୁ ନହୋଇଥିବ । ପୂର୍ବ ଓ ଉତ୍ତର କୋଣ ଶୁଭ ହୋଇଥାଏ ।
– ରକ୍ଷାବନ୍ଧନ ଅବସରରେ ଭାଇ-ଭଉଣୀ ଯେପରି ଦୁହେଁ ଦୁହିଁଙ୍କୁ ଉପହାରରେ ଟାଉଲ ନଦିଅନ୍ତି ସେଥିପ୍ରତି ଧ୍ୟାନ ରଖିଥିବେ । ଏହା ଶୁଭ ହୋଇନଥାଏ ।
– ରକ୍ଷାବନ୍ଧନରେ ଭଉଣୀକୁ ଦର୍ପଣ, ଫଟୋଫ୍ରେମ ଆଦି ଉପହାରରେ ନଦେବା ଉଚିତ୍ ।
– ଭାଇ ମଥାରେ ତିଳକ ସମୟରେ ଅକ୍ଷତ ଲଗାଇବା ପାଇଁ ଗୋଟୋଚାଉଳ ପ୍ରୟୋଗ କରିବେ ଭଙ୍ଗା ଚାଉଳ ନୁହେଁ ।ଅକ୍ଷତ ଅର୍ଥ ଯାହାର କୌଣସି କ୍ଷତି ହୋଇନଥିବ ।