ଝାରସୁଗୁଡା (ଏଟିଆର ବ୍ୟୁରୋ): ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ନିର୍ଦ୍ଦେଶକଙ୍କ ବଦଳି ହୋଇଛି । କିଶୋର କୁମାର ସେନାପତିଙ୍କ ସ୍ଥାନରେ ପୱନ କୁମାର ଜୁଟସୀଙ୍କୁ ନିଯୁକ୍ତି ଦିଆଯାଇଛି । ନୂତନ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ପୱନ କୁମାର ଜୁଟସୀ ।
ନିର୍ଦ୍ଦେଶକ ଭାର ଗ୍ରହଣ କରିବା ପରେ ପୱନ କୁମାର ଜୁଟସୀ କହିଛନ୍ତି କ , ଫୋକସରେ ରହିବ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର ସାମଗ୍ରିକ ବିକାଶ । ଖୁବଶୀଘ୍ର ବିମାନବନ୍ଦରର ବିଭିନ୍ନ ବିଭାଗ ସହ ବୈଠକ କରି ଆଲୋଚନା କରାଯିବ । ଝାରୁସୁଗୁଡାରୁ ଅଧିକରୁ ଅଧିକ ବିମାନ ଉଡାଣ କରାଯିବ । ଏହାସହିତ ଅନ୍ୟ ବିକାଶମୂଳକ କାର୍ଯ୍ୟ ଶେଷ କରିବା ପ୍ରତି ଅଗ୍ରାଧୀକାର ରହିବ ।