ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦୁନିଆରେ ପ୍ରତ୍ୟେକ ବ୍ୟକ୍ତି ଧନବାନ୍ ହେବାକୁ ଚାହାଁନ୍ତି । ସେଥିପାଇଁ ଜ୍ୟୋତିଷ ଶାସ୍ତ୍ରରେ ଅନେକ ଉପାୟ ଲିଖିତ ହୋଇ ରହିଛି । ଯାହାକୁ ଅବଲମ୍ବନ କରିବା ଦ୍ୱାରା ଆପଣ ଧନୀ ମଧ୍ୟ ହୋଇପାରିବେ । ଏଥିପାଇଁ ବେଶୀ ପରିଶ୍ରମ କି ଅଧିକ ଖର୍ଚ୍ଚ ମଧ୍ୟ କରିବାକୁ ପଡିବ ନାହିଁ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ..
ଶିବପୁରାଣରେ ବର୍ଣ୍ଣନା କରାଯାଇଛି କି , ଶିବଲିଙ୍ଗ ପାଖରେ ପ୍ରତିଦିନ ରାତିରେ ଗୋଟେ ଦୀପ ଜଳାଇବା ଦ୍ୱାରା ବଡ ବଡ ସମସ୍ୟାର ସମାଧାନ ହୋଇଥାଏ । ଏହାଦ୍ୱାରା ବଡଧରଣର ଦୁର୍ଘଟଣା ମଧ୍ୟ ଟଳି ଯିବା ସହ ବ୍ୟକ୍ତିଙ୍କ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ।
କୁହାଯାଏ ରାତିରେ ୨୭ ପଥର ଉପରେ ମା’ ଲକ୍ଷ୍ମୀଙ୍କ ମୂର୍ତ୍ତି ରଖି ଦିଅନ୍ତୁ । ଏହା ସମ୍ପୂର୍ଣ୍ଣ ରୂପେ ଗୁପ୍ତରେ ହେବା ଉଚିତ୍ । ଏଭଳି କରିବା ଦ୍ୱାରା ଧନପ୍ରାପ୍ତି ହୋଇଥାଏ ।
ଯଦି ଆପଣ କୌଣସି ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି ତେବେ ମିଠା ହଳଦି ଚାଉଳର ଉପାୟ କରନ୍ତୁ । ସେଥିପାଇଁ ଆପଣ ଶୁକ୍ଳପକ୍ଷ ପ୍ରଥମ ଗୁରୁବାରରୁ ଲଗାତର ତିନି ଗୁରୁବାର ପର୍ଯ୍ୟନ୍ତ ସେହି ମିଠା ହଳଦି ଚାଉଳ ଗରିବଙ୍କୁ ବାଣ୍ଟି ଦିଅନ୍ତୁ । ଏହାଦ୍ୱାରା ଆପଣଙ୍କୁ ସଫଳତା ପ୍ରାପ୍ତି ହେବ । ଧ୍ୟାନରେ ରଖିଥିବେ କି ଏହି ଉପାୟ ଲଗାତର ତିନି ଥର କରିବା ପରେ ଗୋଟେ ସପ୍ତାହ ବନ୍ଦ କରି ପୁଣି ଯେପରି ଆରମ୍ଭ କରନ୍ତି । ଏହାସହିତ ପାଞ୍ଚଗୁରୁବାରକୁ କୌଣସି ବିବାହିତା ମହିଳାଙ୍କୁ ସୁହାଗ ଜିନିଷ ଦାନ କରନ୍ତୁ । ଏହାଦ୍ୱାରା ବି ଧନ ଲାଭ ହୋଇଥାଏ ।