ବ୍ରହ୍ମଗିରି (ଏଟିଆର ବ୍ୟୁରୋ): ଶ୍ରୀଜୀଉଙ୍କ ଅଣସର ସମୟରେ ଦର୍ଶନ ଦେଉଛନ୍ତି ବ୍ରହ୍ମଗିରି ସ୍ଥିତି ଅଲାରନାଥ ମହାପ୍ରଭୁ । ଦ୍ୱିତୀୟ ଦିନରେ ଅଲାରନାଥ ପୀଠରେ ଲାଗିଛି ଭକ୍ତଙ୍କ ଲମ୍ବା ଲାଇନ । ଶିଳାବ୍ରହ୍ମଙ୍କୁ ଦର୍ଶନ କରି ଶ୍ରୀଜଗନ୍ନାଥ ଦର୍ଶନର ପୂଣ୍ୟ ଅର୍ଜନ କରୁଛନ୍ତି ଭକ୍ତ । ଅଣସର ପିଣ୍ଡିରେ ଗୁପ୍ତ ଉପଚାର ଚାଲିଥିବା ବେଳେ ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ ହୋଇଥାନ୍ତି ଭକ୍ତ । ସେହିସମୟରେ ଅଲାରନାଥରେ ଶିଳା ବ୍ରହ୍ମଚତୁର୍ଭୁଜ ନାରାୟଣ ରୂପରେ ଦର୍ଶନ ଦେଇଥାନ୍ତି ।
୧୪ ଦିନ ଧରି ଅଲାରନାଥ ପୀଠରେ ଲାଗେ ଭକ୍ତଙ୍କ ଗହଳି । ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଅଲାରନାଥ ପୀଠରେ ନିୟୋଜିତ ହୋଇଛନ୍ତି ୬ ପ୍ଲାଟୁନ ପୋଲିସ ଫୋର୍ସ ।