ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଶ୍ରୀମନ୍ଦିରରେ ପୁଣି ଅଘଟଣ । ପଡିଲା ରକ୍ତଛିଟା । ଶ୍ରୀମନ୍ଦିରରେ ରକ୍ତଛିଟା ପଡିଥିବାର ନଜରକୁ ଆସିଛି । ଏନେଇ ଆଜି ଶ୍ରୀଜିଉଙ୍କର ହେବ ବଡ ମହାସ୍ନାନ ।
ସୂଚନାଯୋଗ୍ୟ, ଶ୍ରୀମନ୍ଦିରରେ ଭିତରକାଠ ନିକଟରେ ଶ୍ରୀଜିଉଙ୍କ ଦର୍ଶନ କରିବା ସମୟରେ ଦୁକୁଡି ଦ୍ୱାର ନିକଟରେ ରକ୍ତଛିଟା ପଡିଥିବାର ସେବାୟତଙ୍କ ନଜରକୁ ଆସିଥିଲା । ଏହାପରେ ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରାଯାଇଥିଲା । ବିଧି ଅନୁଯାୟୀ ଶ୍ରୀଜିଉଙ୍କ ମହାସ୍ନାନ ନିମନ୍ତେ ଆୟୋଜନ କରାଯାଇଛି । ତେବେ ଏହି ସମୟରେ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ ।
ଗତ କିଛି ଦିନ ତଳେ ଶ୍ରୀମନ୍ଦିରରେ ରକ୍ତଛିଟା ପଡିବାର ନଜରକୁ ଆସିବା ପରେ ଶ୍ରୀଜିଉଙ୍କର ବଡ ମହାସ୍ନାନ କରାଯାଇଥିଲା ।