ପୁରୀ (ଏଟିଆର ବ୍ୟୁରୋ): ଶେଷ ହୋଇଛି କାର୍ତ୍ତିକ ବ୍ରତ । ମାସ ସାରା ହବିଷ ଭକ୍ଷଣ, ଦେବ ଦର୍ଶନ, ପୁରାଣ ପାଠ, ଚଉରା ମୂଳେ ମୁରୁଜ ଆଙ୍କି ରାଇ ଦାମୋଦର,ଲକ୍ଷ୍ମୀନାରାୟଣ, ଶିବ ପାର୍ବତୀଙ୍କ ପୂଜା କାର୍ତ୍ତିକ ପୂର୍ଣ୍ଣିମା ଯାଏଁ ଚାଲିଥାଏ । ପୂର୍ଣ୍ଣିମାର ପରଦିନକୁ ଛାଡଖାଇ କୁହାଯାଏ । ସେହିଅନୁଯାୟୀ ଆଜି ହେଉଛି ଛାଡଖାଇ । ଆପଣ ଜାଣନ୍ତି କି ଛାଡଖାଇର ପ୍ରକୃତ ଅର୍ଥ କଣ? ତେବେ ଆସନ୍ତୁ ଜାଣିବା
କାର୍ତ୍ତିକ ମାସରେ କିଛି ଖାଦ୍ୟପେୟ ଏବଂ କିଛି କାମ କରିବାରେ ବାରଣ ରହିଛି । ଏହାଛଡା କାର୍ତ୍ତିକ ମାସରେ ଚୁଟି , ନଖ ନକାଟିବା, କିଛି ଫୁଲ, ଫଳ , ପତ୍ର ତୋଳିବାରେ ମଧ୍ୟ ବାରଣ ରହିଛି । ଯେଉଁ ମାନେ କାର୍ତ୍ତିକ ବ୍ରତ କରନ୍ତି ସେମାନେ ମାସ ସାରା ଚୁଟି, ନଖ କାଟନ୍ତିନି, ତୁଳସୀ ପତ୍ର ତୋଳନ୍ତିନି, କଦଳୀ ପତ୍ର କାଟନ୍ତିନି ।
ବର୍ଷା ଛାଡିବା ସହ ଶୀତର ଆରମ୍ଭ ହୋଇଥାଏ । ଏମିତି ମଝାମଝି ରେ କାର୍ତ୍ତିକ ମାସ ଥାଏ । ଏଡଇ ସମୟରେ ପାଣିପାଗ ସହ ମଣିଷ ଓ ପଶୁଙ୍କ ଶରୀରରେ ଅନେକ ପରିବର୍ତ୍ତନ ଆସିଥାଏ । ଯେପରିକି ଏହି ମାସରେ ମଣିଷ ଶରୀରରେ ପିତ୍ତ ଓ କଫ ଅଧିକ ହୋଇଥାଏ । ହଜମ ଶକ୍ତି କମିଯାଏ । ବିଧି ଅନୁଯାୟୀ ଏହି ମାସରେ ଗୋଟେ ଥର ଖାଦ୍ୟ ଗ୍ରହଣ କରାଯାଏ । ବିନି ମସଲା ହଳଦୀରେ ନିର୍ଦ୍ଦିଷ୍ଠ କିଛି ପରିବାକୁ ନେଇ ଖାଦ୍ୟ ପ୍ରସ୍ତୁତ ହୁଏ ଯାହା ଗରିଷ୍ଠ ହୋଇନଥାଏ । । ଏହା ସାତ୍ୱିକ ଥିବାରୁ ଦେହ ମନ ଶାନ୍ତ ରହିଥାଏ ।
ପୂର୍ଣ୍ଣିମା ପରଦିନ ଛାଡଖାଇ ଭାବେ ପାଳନ କରାଯାଉଥିବାରୁ ଏହିଦିନ ହବିଷ୍ୟାଳିମାନେ ସମ୍ପୂର୍ଣ୍ଣ ଆହାର ଛାଡି ନିର୍ଜଳା ଉପବାସ ରହିଥାନ୍ତି । ଯାହାକୁ କୁହାଯାଏ ଛାଡଖାଇ । ଯେହୁତ ସମ୍ପୂର୍ଣ୍ଣ ଖାଦ୍ୟ ଛଡାଯାଇଥାଏ ସେଥିପାଇଁ କୁହାଯାଏ ଛାଡଖାଇ ।