ଭୁବନେଶ୍ୱର (ଏଟିଆର ବ୍ୟୁରୋ): କିଛି ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କ ଶରୀର ସବୁବେଳେ ଅସୁସ୍ଥ । ସେମାନେ ଯେତେପ୍ରକାର ଡାକ୍ତରଙ୍କ ପରାମର୍ଶ ନେଲେ ମଧ୍ୟ ସୁସ୍ଥ ହୋଇନଥାନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି ଘରେ କୌଣସି ବ୍ୟକ୍ତିଙ୍କର ଶରୀର ଲଗାତର ଅସୁସ୍ଥ ହେବା ବାସ୍ତୁ ଦୋଷ ହୋଇପାରେ । ତେବେ ଆସନ୍ତୁ ଜାଣିବା ବାସ୍ତୁ ଦୋଷ..
– ବାଥ୍ରୁମ ଏବଂ ଟଏଲେଟର ଦୁଆର ସବୁବେଳେ ଖୋଲା ରହିବା ଦ୍ୱାରା ଧନ ବୃଦ୍ଧି ହେବାରେ ବାଧା ସୃଷ୍ଟି ହୋଇଥାଏ । ଏହାସହିତ ଘରର ସଦସ୍ୟମାନେ ଛୋଟ ମୋଟ ରୋଗରେ ପିଡୀତ ଥାନ୍ତି ।
– ଯଦି ଆପଣଙ୍କ ଘରେ କୌଣସି କଣ୍ଟା ଗଛ ଏବଂ ଖୀର ଗଛ ଅଛି ତେବେ ଏହା ଧନ ହାନି ଏବଂ ଶରୀର ଅସୁସ୍ଥ ହେବାର ମୁଖ୍ୟ କାରଣ ।
– ଘରର ପୂର୍ବ କୋଣରେ କାନ୍ଥ ଅଧିକ ଉଞ୍ଚା ହେବା ଦ୍ୱାରା ଶରୀର ଅସୁସ୍ଥ ରହିଥାଏ ।
– ଯଦି ଆପଣ ରୋଷେଇ ଘରେ ଔଷଧ ରଖୁଛନ୍ତି, ତେବେ ତୁରନ୍ତ ଏହାର ଅଭ୍ୟାସ ଛାଡନ୍ତୁ । ଏହାଦ୍ୱାରା ବାସ୍ତୁ ଦୋଷ ଉପୁଜିଥାଏ ।
– ଯଦି ବ୍ୟବସାୟ କ୍ଷେତ୍ରରେ ଦକ୍ଷିଣ କୋଣର କାନ୍ଥ ତଳୁଆ ରହିଥାଏ, ତେବେ ଏହାଦ୍ୱାରା ବ୍ୟବସାୟରେ କ୍ଷତି ହୋଇଥାଏ ।