ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆରମ୍ଭ ହେବାକୁ ଯାଉଛି ଅମରନାଥ ଯାତ୍ରା । ଆସନ୍ତା ଜୁଲାଇ ୧ ରୁ ଅମରନାଥ ଯାତ୍ରା ଆରମ୍ଭ । ଚଳିତଥର ୬୨ ଦିନ ଧରି ଚାଲିବ ଯାତ୍ରା । ଏନେଇ କାର୍ଯ୍ୟସୂଚୀ ଜାରି ହୋଇଛି । ଯାତ୍ରା ପାଇଁ ଶ୍ରଦ୍ଧାଳୁମାନେ ଅସନ୍ତା ୧୭ ତାରିଖରୁ ଉଭୟ ଅନଲାଇନ ଏବଂ ଅଫଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ ବୋଲି ଜାମ୍ମୁକାଶ୍ମୀର ଉପରାଜ୍ୟପାଳ ସୂଚନା ଦେଇଛନ୍ତି ।
ଅନନ୍ତନାଗରେ ଥିବା ପାହଲଗାମ ଓ ଗଣ୍ଡେରବାଲ ଜିଲ୍ଲାରେ ଥିବା ବାଲଟାଲ ଟ୍ରାକରୁ ଶ୍ରଦ୍ଧାଳୁ ଯାତ୍ରା ଆରମ୍ଭ କରି ଦକ୍ଷୀଣ କାଶ୍ମୀରର ଗୁମ୍ପାରେ ବାବା ଅମରନାଥଙ୍କ ଦର୍ଶନ କରିପାରିବେ ।