ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ପ୍ରତ୍ୟେକ ମାସ ଶୁକ୍ଳ ପକ୍ଷ ଏବଂ କୃଷ୍ଣ ପକ୍ଷରେ ପଡୁଥିବା ତ୍ରୟୋଦଶୀ ତିଥିକୁ ପ୍ରଦୋଷ ବ୍ରତ ରଖାଯାଇଥାଏ । ମାର୍ଗଶୀର ମାସର ପ୍ରଦୋଷ ବ୍ରତ ଆଜ ଅର୍ଥାତ ସୋମବାର ପଡିଛି । ସୋମବାର ହୋଇଥିବା ହେତୁ ଏହାକୁ ସୋମ ପ୍ରଦୋଷ ବ୍ରତ ନାମରେ ଜଣାଯାଇଥାଏ । ଏହାକୁ ଚନ୍ଦ୍ର ପ୍ରଦୋଷ ମଧ୍ୟ କୁହାଯାଇଥାଏ ।
ପ୍ରଦୋଷ ବ୍ରତରେ ଭଗବାନ ଶିବଙ୍କର ବିଶେଷ ପୂଜାର୍ଚ୍ଚନା କରାଯିବା ସହ ବ୍ରତ ରଖାଯାଇଥାଏ । ତେବେ ଆସନ୍ତୁ ଜାଣିବା କଣ ରହିଛି ଏହି ବ୍ରତର ମହତ୍ୱ ।
ଶାସ୍ତ୍ରରେ ପ୍ରଦୋଷ ବ୍ରତକୁ ବିଶେଷ ବୋଲି କୁହାଯାଇଛି । ଏହିଦିନ ଶ୍ରଦ୍ଧା ମନରେ ବ୍ରତ ରଖି ପୂଜା-ପାଠ କରିବା ଦ୍ୱାରା ଭଗବାନ ଶିବ ଏବଂ ମା ପାର୍ବତୀଙ୍କ କୃପା ଲାଭ ହୋଇଥାଏ । ମାନ୍ୟତା ରହିଛି କି ପ୍ରଦୋଷ ବ୍ରତ ରଖିବା ଦ୍ୱାରା ମୃତ୍ୟୁ ପଶ୍ଚାତ ବ୍ୟକ୍ତକୁ ମୋକ୍ଷ ପ୍ରାପ୍ତି ହୋଇଥାଏ । ଜୀବନକାଳରେ ବ୍ୟକ୍ତି ଅନେକ ସମସ୍ୟା ଓ କଷ୍ଟରୁ ମୁକ୍ତ ରହିଥାଏ ।