ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଅକ୍ଟୋବର ୧୭ ରେ ଆରମ୍ଭ ହୋଇ ଯାଇଛି ଶାରଦୀୟ ନବରାତ୍ରୀ । ଏହି ଅବସରରେ ମା’ଦୁର୍ଗାଙ୍କର ନଅ ସ୍ୱରୂପକୁ ପୂଜା କରାଯିବାର ବିଧି ରହିଛି ।ଆଜି ହେଇଛି ନବରାତ୍ରର ମହା ଅଷ୍ଟମୀ, ଆଜିର ଦିନରେ କନ୍ୟା ପୁଜା କରିବାର ବିଧି ମଧ୍ୟ ରହିଛି ।
କୁହାଜାଇଛି ମା’ ବୈଷ୍ଣବୀ ଯେତେବେଳେ ଛୋଟ ଥିଲେ ,ସେ ଗୋଟେ ଗ୍ରାମକୁ ଏକ ପିସାଚଠାରୁ ବଞ୍ଚାଇବା ପାଇଁ , ସେ ନବଦୁର୍ଗାଙ୍କର ଗୁଣ ବଖାନ କରିଥିଲେ । ସେହି ଗ୍ରାମର ଲୋକଙ୍କ ଦ୍ୱାରା ଭଜନ କୀର୍ତ୍ତନ କରାଇଥିଲେ । ଲୋକଙ୍କୁ ଉଜାଗ ରଖିବା ପାଇଁ କାରଣ ଲୋକେ ଜଦି ଶୋଇ ପଡିବେ ସେହି ନିଦ୍ରା ପିସାଚ ତାଙ୍କର କ୍ଷତି କରିଥାଆନ୍ତା । ତେଣୁ ନବରାତ୍ର ପାଳନ କରାଜାଏ । ନବରାତ୍ରି ପାଳନ କରୁଥିବା ବ୍ରତଧାରୀ ମାନେ ନଅ ଦିନ ଯାକ ବ୍ରତ ଧାରଣ କରିଥାନ୍ତି । ଆହୁରି ମଧ୍ୟ ନବରାତ୍ରୀରେ କନ୍ୟା ପୂଜନ କରାଜାଏ , ଜାହାର ଖୁବ୍ ମହତ୍ୱ ରହିଛି।ନଅଟି କନ୍ୟାକୁ ନଅ ଦେବୀଙ୍କ ପ୍ରତିବିମ୍ବ ରୂପେ ପୂଜା କରିବା ପରେ ହିଁ ବ୍ରତଧାରୀଙ୍କ ବ୍ରତ ପୁରଣ ହୋଇଥାଏ । ଏହାସହିତ ସମସ୍ତ ଶୁଭ କାର୍ୟ୍ୟର ଫଳ ପ୍ରାପ୍ତି ପାଇଁ କନ୍ୟା ପୂଜନ କରାଯାଇଥାଏ । ଏହାବ୍ୟତିତ କନ୍ୟା ପୂଜନ କରିବା ଦ୍ୱାରା ସମ୍ମାନ, ଧନ, ବିଦ୍ୟା ଏବଂ ତେଜ ପ୍ରାପ୍ତ ହେବାସହ ବିଘ୍ନ, ଭୟ ଏବଂ ଶତୃଙ୍କ ନାଶ ହୋଇଥାଏ । ହୋମୋ, ଜପ ଏବଂ ଦାନ ଦ୍ୱାରା ଦେବୀ ସେତିକି ପ୍ରସନ୍ନ ହୋଇନଥାନ୍ତି ଯେତିକି କନ୍ୟା ପୂଜନ ଦ୍ୱାରା ହୋଇଥାନ୍ତି । ନବରାତ୍ରୀର ନଅ ଦିନ ଯାକ ଭକ୍ତଟି ପୁରା ଭକ୍ତି ଭାବର ସହ ମାତାଙ୍କ ଉପାସନା କରିଥାଏ । ଅଷ୍ଟମୀ ଏବଂ ନବମୀ ଦୁଇ ଦିନ ମଧ୍ୟରେ ଯେଉଁ ଦିନ ହେଲେ ବି କନ୍ୟା ପୂଜନ କରାହୋଇଥାଏ ।ଏହି ଅବସରରେ ଭକ୍ତଟି ନିଜ ସାମର୍ଥ୍ୟ ଅନୁସାରେ କନ୍ୟାଙ୍କୁ ଭୋଗ ଲଗାଇ ଦକ୍ଷୀଣା ପ୍ରଦାନ କରିଥାନ୍ତି । କନ୍ୟା ପୂଜନ କରିବା ପରେ ହିଁ ନବରାତ୍ରୀ ପୂଜା ସଫଳ ହୋଇଥାଏ । ଏଭଳି କରିବା ଦ୍ୱାରା ମା’ଦୁର୍ଗା ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି । ତେଣୁ ନବରାତ୍ରିର ଅଷ୍ଟମି ମାନେ ଆଜିର ଦିନରେ ମା’ ଦୁର୍ଗାଙ୍କର ମହା ଗୌରୀ ରୁପକୁ ପୂଜା କରାଯାଏ । ଜାହାକି ଏଖ ଶାନ୍ତ ଆଉ ସୁନ୍ଦର ରୁପ , ତେବେ ଆଜି ଜାଣିବାମା ମହାଗୌରାଙ୍କ ବିଷୟରେ । ମହା ଗୌରୀ ହେଉଛନ୍ତି ମା’ ଦୁର୍ଗାଙ୍କର ଆଉ ଏକ ରୁପ , ଯାହାକୁ ନବରାତ୍ରରେ ଅଷ୍ଟମୀ ଦିନ ପୂଜା କରାଯାଏ । ପୁରାଣ ଅନୁସାରେ ମା’ ଯେତେବେଳେ ମା ବ୍ରହ୍ମଚାରୀଣୀ , ପ୍ରଭୁ ସିବଶଙ୍କରଙ୍କୁ ପାଇବା ପାଇଁ କଠୋର ତପସ୍ୟା କରିଥିଲେ , ସେତେବେଳେ ତାଙ୍କ ଶରୀର ଅତି ଦୁର୍ବଳ ଓ କଳା ହେଇଯାଇଥିଲା । ମହାଦେବଙ୍କ ପ୍ରଶନ୍ନତା ପରେ , ଯେତେବେଳେ ମହାଦେବ ମାଙ୍କୁ ପ୍ରପ୍ତ ହୋଇଥିଲେ , ସେ ଗଙ୍ଗାରେ ସ୍ନାନ କରିଥିଲେ । ଗଙ୍ଗାରେ ଗାଧୋଇ ସାରିବା ପରେ ମାଙ୍କ ଅଧିକ ସୁନ୍ଦର ହୋଇ ଜାଇଥିଲେ ଓ ଶରୀର ମଧ୍ୟ ଗୋରା ହୋଇଯାଇଥିଲା । ତେଣୁ ତାଙ୍କୁ ମହାଗୌରୀ ବୋଲି କୁହାଯାଏ । ଆଉ କିଛି ପୁରାଣ ଅନୁସାରେ ଦାନବ ରକ୍ତବିଜର ସଂହାର ପରେ ମା’ଗଙ୍ଗାରେ ସ୍ନାନ କରିଥିଲେ । ଓ ନିଜର ସୁନ୍ଦର ରୂପକୁ ପୁଣି ଫେରି ପାଇଥିଲେ । ମା’ ମହାଗୌରୀ ନନ୍ଦିଙ୍କର ଶବାରି କରିଥାଆନ୍ତି । ତାଙ୍କ ହତ୍ସରେ ସେ ଡମ୍ବୁରୁ ଓ ତ୍ରିଶୁଳ ଦୁଇଟି ଅସ୍ତ୍ର ଧରି ଥାଆନ୍ତି । ମା’ମହାଗୌରୀ ଧଳା ବା ସ୍ୱେତ ଧବଳ ବର୍ଣର ଶାଢି ପିନ୍ଧି ଥାଆନ୍ତି ,ତାଙ୍କର ଏହି ରୁପକୁ ଶାନ୍ତିରୁପ ବୋଲି କୁହାଯାଏ । ଏହି ରୁପଟି ଦେଖିବାକୁ ଅତି ସୁନ୍ଦର ଓ ଶାନ୍ତ ମଧ୍ୟ । ମା’ ମହାଗୌରୀ ଶାନ୍ତିର ପ୍ରତିକ ଓ ତାଙ୍କୁ ପୁଜା କଲେ ଶାନ୍ତି ଏବଂ ଶୁଖ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାଶ ରହିଛି । ସେ ସବୁପ୍ରକାର ବାଧା ବିଘ୍ନ ଦୁର କରି ସାନ୍ତି ପ୍ରଦାନ କରିଥାଆନ୍ତି । ମା’ଙ୍କ ଭୋଗରେ ନଡିଆ ଭୋଗ ଅର୍ପଣ କରି ପୂଜା କରାଯାଏ । ଏହି ମହାଗୌରୀ ରୁପ ହେଉଛି ମାଙ୍କର ଶାନ୍ତପୁର୍ଣ ରୁପ । ଜେମିତି ଛୁଆଟି ନିଜ ମା ପାଖରେ କୌଣସି ଜିନିଷ ପାଇଁ ଅଳି କରିଥାଏ , ତା ମାଆ ତାକୁ ଦେଇଦିଏ , ଠିକ ସେହିପରି ମା’ ମହାଗୌରଙ୍କୁ ଜଦି ତାଙ୍କ ଭକ୍ତ କିଛି ମାଗେ ମା’ ତାର ଡାକ ଶୁଣିଥାଆନ୍ତି । ତେଣୁ ମାଙ୍କୁ ବିଶ୍ୱାସ କରାଯାଏ ଯେ ଜଦି କାହାର କୌଣସି ମନସ୍କାମନା ଅଛି , ଶ୍ରଦ୍ଧାର ସହିତ ମା’ଗୌରିଙ୍କୁ ପୂଜା କଲେ ମା’ନିଶ୍ଚୟ ତାଙ୍କୁ ଆଶିର୍ୱାଦ କରିକି ତାଙ୍କ ମନସ୍କାମନା ପୂରଣ କରିଥାଆନ୍ତି । ମା’ ମହା ଗୌରିଙ୍କୁ ପୁଜା କରିବା ଦ୍ୱାରା ସନ୍ତାନ ପ୍ରାପ୍ତ ହୋଇଥାଏ ଓ ସୁଖ ସମୃଦ୍ଧି ଲାଭ ହୋଇଥାଏ । ମା’ ଗୌରୀଙ୍କୁ ତିନି ପାଖୁଡିଆ ମଲ୍ଲୀ ଫୁଲ ଚଢାଯାଇ ପୂଜା କରାଯାଏ । ଏହା ଦ୍ୱାରା ଧନ , ବୈଭବ , ସୁଖ , ଶାନ୍ତିର ବୃଦ୍ଧି ହୋଇଥାଏ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024