ମୁମ୍ବାଇ (ଏଟିଆର ବ୍ୟୁରୋ):ପ୍ରାୟ ଦୁଇ ବର୍ଷପରେ ଫିଲ୍ମ ଦୁନିଆକୁ ଫେରୁଛନ୍ତି ବଲିଉଡ ବାଦଶାହ ଶାହରୁଖ ଖାନ । ଶାହରୁଖ ବ୍ରେକ ନେଲେ ଓ ଦୁଇ ବର୍ଷ ବଡ଼ ପରଦା ଠାରୁ ନିଜକୁ ଦୂରେଇ ରଖିଲେ। ତେବେ ଏବେ ଦୁଇବର୍ଷ ପରେ ପୁଣି ଥରେ ପରଦାକୁ ଫେରିବା ଲାଗି ପ୍ରସ୍ତୁତି ଅଛନ୍ତି କିଙ୍ଗ ଖାନ । ଦୁଇ ବର୍ଷ ବ୍ରେକ ପରେ ଗୋଟିଏ ଫିଲ୍ମ ନୁହେଁ ବରଂ ସେ ତିନିଟି ଫିଲ୍ମ ସାଇନ୍ କରିଛନ୍ତି। ଶାହରୁଖଙ୍କ ଫିଲ୍ମ ‘ପଠାନ’କୁ ନେଇ ଏବେ ବେଶ୍ ଚର୍ଚା ଚାଲିଛି। ଏବେ ଶୁଣାଯାଉଛି ଶାହରୁଖ ଖାନ ସାଉଥ ଇଣ୍ଡିଆନ ଫିଲ୍ମ ନିର୍ଦେଶକ ଏଟଲିଙ୍କ ସହ କାମ କରିବେ। ତାଙ୍କ ଫିଲ୍ମରେ ସେ ଡବଲ ରୋଲରେ ନଜର ଆସିବେ।ପ୍ରଥମଥର ପାଇଁ ସେ ସାଉଥ ନିର୍ଦେଶକ ଏଟଲିଙ୍କ ସହ କାମ କରିବେ। ତେବେ ଡୁପ୍ଲିକେଟ୍ ଓ ଡନ୍ ସିନେମା ପରେ ଶାହରୁଖ ତୃତୀୟ ଥର ପାଇଁ ଡବଲ ରୋଲରେ ନଜର ଆସିବେ। ଫିଲ୍ମରେ ଶାହରୁଖ ଉଭୟ ବାପା ଓ ପୁଅ ଭୂମିକାରେ ଅଭିନୟ କରିବେ। ଫିଲ୍ମରେ ଜେନେରେସନ ଫପରେ କୁହାଯାଇଛି । ତେବେ ଫିଲ୍ମରେ ନିଜ ଲୁକ ଉପରେ ଗୁରୁତ୍ୱ ଦେଇଛନ୍ତି ଶାହରୁଖ । ଏହା ଛଡ଼ା ଫିଲ୍ମ ‘ପଠାନରେ’ ଶାହରୁଖଙ୍କ ବ୍ୟତୀତ ଦୀପିକା ପାଦୁକୋନ ଓ ଜନ ଆବ୍ରାହମ ମୁଖ୍ୟ ଭୂମିକାରେ ନଜର ଆସିବେ। ଶାହରୁଖ ମୁମ୍ବାଇର ୟଶରାଜ ଫିଲ୍ମ ଷ୍ଟୁଡିଓରେ ‘ପଠାନ’ର ସୁଟିଂ କରିବେ। ତେବେ ଏବେ କରୋନା ପାଇଁ ସେ ଏତେ ବାହାରକୁ ବାହାରୁ ନାହାନ୍ତି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024