ଅସୀମା ଆଖିରେ ଲୁହର ଧାରା ଶ୍ରାବଣ । ସେନାରୁ ଫୋନ ଆସିଛି ରାତି ପାହିଲେ ସ୍ୱାମୀ ଯିବେ ଶ୍ରୀନଗର । କିଛି ଜରୁରୀ କାରଣ ପାଇଁ ଛୁଟି ସରିବା ପୂର୍ବରୁ ସ୍ୱାମୀଙ୍କୁ ଫେରିଯିବାକୁ ପଡିବ କର୍ମ କ୍ଷେତ୍ରକୁ । ଏପଟେ ମା ହେବାର ଖବର ପୁଣି ଏଇ ଚାରିଦିନ ତଳେ ମିଳିଛି । ଆଉ ଦିନ କେଇଟା ରହିଥିଲେ ଭଲ ହେଇନଥାନ୍ତା । ଏମିତି କିଛି ଅଡୁଆ କଥାକୁ ଦୋହରାଇ ଦୋହରାଇ ଭାବୁଛି ଅସୀମା । ଅନ୍ୟପଟେ ସ୍ୱାମୀ ଖଟ ଉପରେ ଶୋଇ ଛାତରେ ଝୁଲୁଥିବା ସିଲିଂ ଫ୍ୟାନ ଟାକୁ ଚାହିଁ ରହିଛନ୍ତି ଏକ ଲୟରେ । ସତେ ଯେମିତି ଶତୃକୁ ସେ ଏକା ଲୟରେ ଅନେଇଛନ୍ତି ଶେଷ କରି ଦେବା ପାଇଁ । କିଛି ସମୟର ନିରବତା । ଅସୀମା ଝର୍କା ଆଡୁ ମୁହଁ ଫେରାଇଲା ସ୍ୱାମୀଙ୍କ ଆଡକୁ ,ଆଉ ପଚାରିଲା ।
ଆଜି ସାତ ଘଡି ଅନ୍ଧାର ନା,
ତା ପରେ ଆଲୁଅ ଆସିବ ।
ଅଂଧାର ଅପେକ୍ଷା ଜହ୍ନର ପ୍ରଚୁର ସାହାସ ଥାଏ ନୁହେଁ,
ଜହ୍ନର ଆଲୋକ ଆସିଲେ ଅନ୍ଧାରର ଡର ନିଜ ଠାରୁ ଦୂରେଇ ଯାଏ,
ତମେ କଣ ସତରେ କାଲି ସକାଳେ ଚାଲିଯିବ?
ଫୋନ ଆସିଥିଲା ସୀମାରେ ଅଶାନ୍ତି ଦେଖା ଦେଇଛି । ଶତୃ ପକ୍ଷର ବାରମ୍ବାର ଅସ୍ତ୍ରବିରତୀ ଉଲଂଘଂନ । ମୋ ମନ କହୁଛି ନିଶ୍ଚୟ କିଛି ଗୋଟେ ବଡ ଧରଣର ମସୁଧା ଚାଲିଛି ମୋ ମାଟି ମା ପାଇଁ । ମତେ ଯେମିତି ହେଲେ ବି ଯିବାକୁ ପଡିବ ।
ମୁଁ କଣ କହୁଥିଲି କି ?
ମୁଁ ମଣିଷ ଦେଶକୁ ଆପଣାର କରିବା ମୋର ଅଭିପ୍ରାୟ । ଦେହ ପାଇଁ ମାଟି, ମାଟି ପାଇଁ ଜୀବନ
ମତେ କଣ ଭଲ ପାଅନି
ନିଜଠୁ ଅଧିକ ଦେଶଠୁ କମ
ମୁଁ ମା ହେବାକୁ ଯାଉଛି ।
ଜାଣିଛି । ବାରମ୍ବାର ମତେ ମନେ ପକାଇ ଦୂର୍ବଳ କରିବଦେବାକୁ ଚେଷ୍ଟା କରୁଛ ନାଁ ।
ନା ସେମିତି ନୁହେଁ ! ପୁଣି କେବେ ଫେରିବ ।
ଜାଣିନି ! ତଥାପି ଫେରିଲେ ତୁମର ନହେଲେ ଭାରତ ମାତାର । ରାତି ଅନେକ ହେଲାଣି ଶୋଇପଡ । ସକାଳ ସାତଟାରେ ମୋ ଟ୍ରେନ । ଏତକ କହି ସ୍ୱାମୀ ଶୋଇ ପଡିଲେଣି କେତେବେଳୁ । ହେଲେ ଅସୀମା ଆଖିରେ ନିଦ ନାହିଁ । ଅସୀମା ମନେମନେ ଭାବୁଥାଏ
ସତରେ ମୁଁ ତମକୁ ସ୍ୱାମୀ ଭାବେ ପାଇ ଗର୍ବ କରେ । ତମର ଦେଶ ଆଉ ମାଟି ମାର ପ୍ରେମକ୍ୁ ନେଇ । ସେଥିପାଇଁତ ଘର ଲୋକ ଆଉ ବନ୍ଧୁ ବାନ୍ଧବଙ୍କ ସତ ବାରଣ ପରେ ମଧ୍ୟ ମୁଁ ତମକୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲି । ତମର ମନେ ନଥିବ ବିବାହ ପୂର୍ବରୁ ମୁଁ ତମକୁ ସମୟ ଦିଏନି ବୋଲି ତମେ ରାଗ । ସେଥିପାଇଁ କଲେଜ ସମୟରୁ ଘଣ୍ଟାଘଣ୍ଟା କାଢି ଆମେ ଗପୁ । କେହି କାହାର ବିନା ପ୍ରତିବାଦରେ । ପ୍ରତିଜ୍ଞା ବି ଥାଏ । ଦୁଇ ମନ ଏକ ହୋଇଯାଏ । ତଥାପି ଦେହରେ ଭୋକ ନଥାଏ । ଆଜିବି ଦେହରେ ଭୋକ ନାହିଁ । ଭୋକ କେବଳ ଏତିକି ତମକୁ ଟିକେ ଭେଟିବାକୁ ଆଉ ଦେଖିବାକୁ ।
ସକାଳ ହେଲା । ପରିବାରର ସମସ୍ତଙ୍କ ଆଖିରେ ଲୁହ । ଦୁବ ଚାଉଳ ମୁଣ୍ଡରେ ପକାଇ ସ୍ୱାମୀର ମଥାରେ ବିଜୟର ତିଳକ ଲଗାଇଦେଲା ଅସୀମା । ଅସୀମା ଆଖିର ଲୁହ ବୋଲ ମାନୁ ନାହାନ୍ତି ଝରିବାକୁ ହେଇ ପଡୁଛନ୍ତି ଉଚ୍ଛନ ।
ବଣକୁ ଯିବ ! କୋଳି ଖାଇବ! ବାଘ ଆସିଲେ ଡରିବନି । ଡରିବନି ତମେ ! ଆଉ ସ୍ୱାମୀ ଅସୀମାର ଆଖିରୁ ଲୁହ ପୋଛି ଦେଇ କହିଲେ ।
ଏଇଠି ଥିବ । ସବୁ ସହିବ । ଦୁଖ ଆସିଲେ କାନ୍ଦିବ ନାହିଁ । ଆସୁଛି ଜୟ ହିନ୍ଦ…
ସେଦିନ ହୋଇଥାଏ ଫେବୃଆରୀ ୧୪ । ଗୁରୁବାର । ସାରା ଦେଶରେ ଯୁବ ପୀଢି ପ୍ରେମରେ ମସଗୁଲ । ହଠାତ ଅପରାହ୍ନ ୩ଟା ୩୦ ରେ ଏକ ହୃଦୟ ବିଦାରକ ଖବର ଆସିଲା । ଜମ୍ମୁରୁ ଶ୍ରୀନଗର ୨୫୦୦ ଯବାନକଙ୍କୁ ୭୮ ଟି ବସ ନେଇ ଯାଉଥିବା ବେଳେ ପୁଲୱାମାରେ ଆତ୍ମଘାତୀ ବିଷ୍ପୋରଣ । କାଳ ରୂପକ ଏକ କାର ମାଡି ଆସି ଯବାନ ବସିଥିବା ବସକୁ ଧକ୍କା ଦେବାରୁ ଆଖି ପିଛୁଳାକେ ସହିଦ ହୋଇଗଲେ ୪୦ ବୀର ଯବାନ । ଟିଭିରେ ବାରମ୍ବାର ବ୍ରେକିଂ । କିଛି ସମୟ ପରେ ସବୁ ଗଣମାଧ୍ୟମରେ ଆରମ୍ଭ ହୋଇଗଲା ତର୍କ ବିତର୍କ । ଶତୃଠୁ କିଭଳି ନିଆଯିବ ପ୍ରତିଶୋଧ । ସାରା ଦେଶରେ ଜଳୁଛି ପ୍ରତିଶୋଧର ନିଆଁରେ ।
ଟିଭିରେ ଏମିତି କିଛି ଖବରକୁ ଆବାକାବା ହୋଇ ଦେଖୁଛି ଅସୀମା । ସ୍ୱାମୀଙ୍କ ସହ ଯୋଗଯୋଗ ହୋଇ ପାରୁନି । ଫୋନ ସୁଇଚ ଅଫ । ମନରେ ଆଶା ଆଉ ଆଶଙ୍କାର ଅଡୁଆ ସୂତା । ମାତ୍ର କିଛି ଘଣ୍ଟା ପରେ ଘରେ ଆସି ପହଞ୍ଚିଲେ ଜିଲ୍ଲା ପ୍ରଶାସନର କିଛି ବରିଷ୍ଠ ଅଧିକାରୀ । ସ୍ୱାମୀଙ୍କର ସହିଦ ହେବାର ଖବର ନେଇ । ପୁରା ଘରଟା ନିସ୍ତବ୍ଧ । ବାହାରେ କାଉ ଗୁଡା କାକା କରି ପରିବେଶକୁ କୋଳାହଳ କରିବାକୁ ଚେଷ୍ଟା କରୁଛନ୍ତି । କିଛି ଲୋକ ଜମା ହେବା ଆରମ୍ଭ ହୋଇ ଗଲାଣି । ସବୁକିଛି ଶୁଣୁଥାନ୍ତି ଅସୀମା ତଥାପି ଆଖିରେ ଲୁହ ନାହିଁ । ସତେ ଯେମିତି ଆଖି ଦୁଇଟା ପାଲଟି ଯାଇଛି ବୈଶାଖ ମାସର ସୁଖିଲା ନଦୀ ପରି । ଅସୀମା କାନରେ କେବଳ ଗୋଟିଏ କଥା ଗୁଞ୍ଜରିତ ହେଉଥାଏ । ଏଇଠି ଥିବ ସବୁ ସହିବ ଦୁଖ ଆସିଲେ କାନ୍ଦିବ ନାହିଁ । ।
ଆଉ କିଛି ସମୟ ପରେ ହଠାତ ଚିକ୍ରାର କରି ଉଠିଲା ଅସୀମା । ମୋ ସ୍ୱାମୀ ମରି ନାହାନ୍ତି । ସେ ଏବେବି ଅମର ଅଛନ୍ତି କୋଟି କୋଟି ଦେଶ ବାସୀଙ୍କ ହୃଦୟରେ ଆଉ ମୋ ପେଟ ଭିତରେ । ଅପେକ୍ଷା କେବଳ ଆଗାମୀ ୨୩ ବର୍ଷକୁ । ଏବେ ଅସୀମାର ହାତ ଥିଲା ନିଜ ଗର୍ଭାଶୟ ଉପରେ । ଆଉ ଆଖିରେ ଜଳି ଉଠୁଥିଲା ପ୍ରତିଶୋଧର ବହ୍ନି ।