ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଗ୍ରାହକ ମାନଙ୍କ ପାଇଁ ଜରୁରୀ ସୂଚନା । ଯଦି ଆପଣଙ୍କର ଏସବିଆଇରେ ଆକାଉଣ୍ଟ ଅଛି ତେବେ ତୁରନ୍ତ କରିନିଅନ୍ତୁ ଏହି କାମ । ନହେଲେ ବନ୍ଦ ହୋଇପାରେ ଆପଣଙ୍କ ଆକାଉଣ୍ଟ । ଆପଣଙ୍କ ଆକାଉଣ୍ଟରେ କେୱାଇସି ଯଦି କରି ନାହାନ୍ତି ତେବେ ଆପଣଙ୍କ ଆକଉଣ୍ଟ ବହୁତ ଶୀଘ୍ର ରଦ୍ଦ କରିଦିଆ ଯିବ । କେୱାଇସି ପୂରଣ କରିବା ପାଇଁ ଏସବିଆଇ ପକ୍ଷରୁ ଫେବୃଆରୀ ୨୮ ତାରିଖ ଶେଷ ତାରିଖ ଦିଆଯାଇଛି ।
ଏସବିଆଇ ପକ୍ଷରୁ ଗ୍ରାହକମାନଙ୍କୁ ଏସଏମଏସ ପଠାଇ ୨୮ ଫେବୃଆରୀ ୨୦୨୦ ମଧ୍ୟରେ କେୱାଇସି ପୂରଣ କରିବା ପାଇଁ କୁହାଯାଇଛି । ନଚେତ୍ ଆପଣଙ୍କ ଆକାଉଣ୍ଟରୁ ଆଉ ଟ୍ରାଞ୍ଜାକ୍ସନ କରିପାରିବେ ନାହିଁ ।
ରିପୋର୍ଟ ମୁତାବକ, ରିଜର୍ଭ ବ୍ୟାଙ୍କ ପକ୍ଷରୁ ସମସ୍ତ ବ୍ୟାଙ୍କ ଆକାଉଣ୍ଟ ପାଇଁ କେୱାଇସି ବାଧ୍ୟତାମୂଳକ କରାଯାଇଛି । ଯଦି ଆପଣ ଆକାଉଣ୍ଟରେ କେୱାଇସି ପୁରଣ ନକରୁଛନ୍ତି ତେବେ ଆପଣଙ୍କ ଆକାଉଣ୍ଟଫ୍ରିଜ୍ ହୋଇପାରେ ।
ତେବେ ଆସନ୍ତୁ ଜାଣିବା କେୱାଇସି ପାଇଁ କଣ କଣ ଜରୁରୀ କାଗଜପତ୍ର ଆବଶ୍ୟକ । ଏସବିଆଇ ୱେବସାଇଟ୍ ମୁତାବକ, କେୱାଇସି ପାଇଁ ଗ୍ରାହକଙ୍କୁ ସେମାନଙ୍କର ପରିଚୟ ପତ୍ର ଦେବା ଉଚିତ୍ । ଯେପରିକି ଭୋଟର ଆଇଡି, ପାସପୋର୍ଟ,ଆଧାରକାର୍ଡ, ଡ୍ରାଇଭିଂ ଲାଇସେନ୍ସ, ନରେଗା କାର୍ଡ , ପେନସନ୍ କାର୍ଡ, ।
କେୱାଇସି କଣ?
କେୱାଇସି ର ଅର୍ଥ “know your customer” ମାନେ ଆପଣଙ୍କ ଗ୍ରାହକଙ୍କୁ ଜାଣନ୍ତୁ । ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ସଂଚାଳିତ ପରିଚୟ ପ୍ରକ୍ରିୟା ହେଉଛି କେୱାଇସି । ଯାହା ସାହାଯ୍ୟରେ ବ୍ୟାଙ୍କ ଏବଂ ଅନ୍ୟ ଆର୍ଥିକ ସଂସ୍ଥା ନିଜ ଗ୍ରାହକଙ୍କ ବିଷୟରେ ଭଲ ଭାବେ ଜାଣି ପାରିବେ ।
ଘରେ ବସି କରିପାରିବେ କେୱାଇସି:
ଯଦି ଆପଣ ବ୍ରାଞ୍ଚ ଯିବାକୁ ଚାହୁଁ ନାହାନ୍ତି , ତେବେ ଆରବିଆଇ ଆପଣଙ୍କ ପାଇଁ ଘରେ ବସି କେୱାଇସି କରିବାର ସୁବିଧା ଆଣିଛି । ଆରବିଆଇ ଦ୍ୱାରା ନିକଟରେ କେୱାଇସି ନିୟମରେ ହୋଇଥିବା ପରିବର୍ତ୍ତନ ମୁତାବକ, ଆଧାର ବିଶିଷ୍ଟ ଭିଡିଓ କଷ୍ଟମର ଆଇଡେଣ୍ଟିଫିକେସନ ପ୍ରୋସେସ (ଭି-ସିଆଇପି) କୁ ମଞ୍ଜୁର ଦିଆଯାଇଛି । ଏବେ ବ୍ୟାଙ୍କ, ଏନବିଏଫସି ଏବଂ ଅନ୍ୟ ଋଣ ଦେଉଥିବା ସଂସ୍ଥା ଭିଡିଓ ବିଶିଷ୍ଟ ଆଇଡେଣ୍ଟିଫିକେସନ ପ୍ରୋସେସକୁ କେୱାଇସି ପାଇଁ ବ୍ୟବହାର କରିପାରିବେ ।