ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆମ୍ଭେମାନେ ସମସ୍ତେ ଜାଣିଛେ ପିତା-ମାତା ତାଙ୍କ ପିଲାମାନଙ୍କ ଠାରୁ କିଛି ଆଶା ରଖିଥାନ୍ତି । ସେମାନଙ୍କର ସ୍ୱପ୍ନ ତାଙ୍କ ପିଲାମାନଙ୍କ ଜରିଆରେ ପୁରଣ କରିବାକୁ ଚାହାନ୍ତି । କିନ୍ତୁ କେବେ ଆପଣଙ୍କ ପିଲା ଆପଣଙ୍କଠାରୁ କ’ଣ ଚାହୁଁଛନ୍ତି ସେ ଉପରେ ନଜର ପକାଇଛନ୍ତି କି? ତେବେ ଆସନ୍ତୁ ଜାଣିବା ପିଲାମାନେ ଆପଣଙ୍କ ଠାରୁ କ’ଣ ଆଶା ରଖିଥାନ୍ତି ।
– ଛୋଟ ପିଲାମାନଙ୍କର ଆଶା କେବେ ବଡ ଧରଣର ହୋଇନଥାଏ । ସେମାନେ ସବୁବେଳେ ଚାହାନ୍ତି ପିତାଙ୍କ କାନ୍ଧ ଉପରେ ବସି ବାହାରେ ବୁଲିବାକୁ । ସେଥିପାଇଁ କଦାପି ଏଭଳି କରିବା ପାଇଁ ଭୁଲନ୍ତୁ ନାହିଁ ।
– ପ୍ରତେକ ପିଲା ସେମାନଙ୍କ ମା ଓ ବାପା ଙ୍କ ସହିତ ସମୟ ବିତାଇବାକୁ ମନବଳାଇ ଥାନ୍ତି । କିନ୍ତୁ ଆଜିକାଲିର ବ୍ୟସ୍ତ ବହୁଳ ଜୀବନ ଜାପନ ମଧ୍ୟରେ ପିତା-ମାତା ସେମାନଙ୍କ ପିଲା ମାନଙ୍କୁ ଠିକ୍ ସମୟ ଦେଇ ପାରନ୍ତି ନାହିଁ । ଯାହାଦ୍ୱାରା ଛୋଟ ପିଲାଙ୍କ ମନରେ ଅସନ୍ତୋଷ ଭାବ ସୃଷ୍ଟି ହୋଇଥାଏ ।ସେଥିପାଇଁ ଆପଣମାନେ ସାପ୍ତାହିକ ଛୁଟି-ରେ କିଛି ସମୟ ବାହାର କରି ପିଲା ମାନଙ୍କୁ ବୁଲେଇବାକୁ ନେଇ ଯାଆନ୍ତୁ ।
– ରାତ୍ରରେ ଶୋଇଲା ବେଳେ ଛୋଟ ପିଲା ମାନଙ୍କୁ ଗପ,ଗୀତ ଶୁଣିବାକୁ ଭଲ ଲାଗେ । ଯଦି ଆପଣ ଏଭଳି କରୁଛନ୍ତି ତେବେ ଏହାଦ୍ୱାରା ପିତା-ମାତାଙ୍କ ସହ ସଂପର୍କ ଦୃଢ ହୋଇଥାଏ ।