ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବଞ୍ଚି ରହିବାକୁ ହେଲେ ଧରାପୃଷ୍ଠରେ ଥିବା ସମସ୍ତ ପ୍ରାଣୀଙ୍କ ପାଇଁ ପାଣି ନିହାତି ଜରୁରୀ । କିଛି ପ୍ରାଣୀ ଅଳ୍ପ ମାତ୍ରାରେ ପାଣି ପିଇ ନିଜ ଜୀବନ ବଞ୍ଚାଇ ରଖିଥାନ୍ତି । କିନ୍ତୁ ସମସ୍ତଙ୍କ ପାଇଁ ପାଣି ନିହାତି ଜରୁରୀ । କିନ୍ତୁ ଏହି ଦୁନିଆରେ ଏଭଳି ଏକ ପକ୍ଷୀ ରହିଛି ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଏହି ସ୍ୱତନ୍ତ୍ର ପକ୍ଷୀ ଶୋଷରେ ଛଟପଟ ହୋଇଥାଏ ପଛେ କିନ୍ତୁ ନଦୀ , ପୋଖରୀ ପାଣି ପିଏ ନାହିଁ । ଏପରିକି ଆପଣ କୌଣସି ବାସନରେ ପାଣି ଦେଲେ ମଧ୍ୟ ପିଏ ନାହିଁ । ତେବେ ଏହି ପକ୍ଷୀ ପ୍ରକୃତରେ କେଉଁ ପାଣି ପିଏ ଏବଂ ତାର ନାଁ କଣ ଆସନ୍ତୁ ଜାଣିବା ।
ଏହି ସ୍ୱତନ୍ତ୍ର ପକ୍ଷୀର ନାଁ ହେଉଛି ଚାତକ । ଏ କେବଳ ବର୍ଷା ପାଣି ପିଇଥାଏ । ଯେତେବେଳେ ବର୍ଷା ହୁଏ ସେତେବେଳେ ଏହି ପକ୍ଷୀ ବର୍ଷା ପାଣି ପିଇ ତାର ଶୋଷ ମେଣ୍ଟାଇଥାଏ ।
କେବଳ ଏସିୟା ଏବଂ ଆଫ୍ରିକା ମହାଦ୍ୱୀପରେ ହିଁ ଏହି ଚାତକ ଚଢେଇ ଦୃଶ୍ୟମାନ ହୋଇଥାଏ । ଏହାସହିତ ଭାରତର ଉତ୍ତରାଖଣ୍ଡରେ ମଧ୍ୟ ଏହି ପକ୍ଷୀଙ୍କୁ ଦେଖିବାକୁ ମିଳିଥାଏ ।