ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାବଧାନ ! ଆପଣ ନିଜ ଶିଶୁ ପାଇଁ ତେଲ, କ୍ରିମ, ପାଉଡର କିଣୁଛନ୍ତି କି ? ଯଦି ହଁ ତେବେ ବେଳହୁଁ ସାବଧାନ ହୋଇ ଯାଆନ୍ତୁ । କାରଣ ଏଥିରେ ରହିଥାଇପାରେ ବିଶାକ୍ତ କେମିକାଲ । ଯାହା ଆପଣଙ୍କ ଶିଶୁକୁ ଅନେକ ଚର୍ମ ଜନିତ ରୋଗ କରାଇପାରେ ଯାହା କ୍ୟାନ୍ସର ର ଭଳି ଭୟାନକ ରୋଗ ସହିତ ସମାନ । ବର୍ତ୍ତମାନ ଘରେ ଘରେ ଜନସନ୍- ଆଣ୍ଡ- ଜନସନ୍ ବ୍ୟବହାର କରାଯାଉଛି । ଆମେରିକୀୟ କମ୍ପାନୀ ଜନସନ୍- ଆଣ୍ଡ- ଜନସନ୍ ପୁଣି ଏକ ବିବାଦ ଘେରରେ ଛନ୍ଦି ହୋଇଯାଇଛି ।
ଜନସନ୍- ଆଣ୍ଡ- ଜନସନ୍ ନିର୍ମିତ ପାଉଡରରେ ଏସବେଷ୍ଟସ୍ ରହିଥିବା ଆମେରିକାର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଯାହାକୁ ନେଇ ଏବେ କମ୍ପାନୀ ଆସିଛି ବିବାଦକୁ । କମ୍ପାନୀ ଏବେ ବଜାରରୁ ପାଖାପାଖି ୩୩ହଜାର ବେବି ପାଉଡର ଫେରାଇ ନେଇଥିବା ଜଣା ପଡିଛି । ପାଉଡରୁ ମିଳିଥିବା ଏସବେଷ୍ଟସ୍ ଦ୍ୱାରା ଶରୀରରେ କ୍ୟାନସର ଭଳି ମାରାତ୍ମକ ରୋଗ ହୋଇଥାଏ । ପୂର୍ବରୁ କମ୍ପାନୀର ତେଲ , ଶ୍ୟାମ୍ପୁରେ କେମିକାଲ ଥିବା ଅଭିଯୋଗ ଆସିଥିଲା । ଯାହାକୁ ସେ ସମୟରେ କମ୍ପାନୀ ପକ୍ଷରୁ ଖଣ୍ଡନ କରାଯାଇଥିଲା । ସତକୁ ଲୁଚାଇବା ପାଇଁ କମ୍ପାନୀ ଅନେକ ପ୍ରକାରର ଚେଷ୍ଟା କରିଥିଲା । କେବଳ ଆମେରିକାରେ ନୁହେଁ ଭାରତରେ ମଧ୍ୟ ଜନସନ୍- ଆଣ୍ଡ- ଜନସନ୍ ଶ୍ୟାମ୍ପୁରେ କ୍ୟାନସର ବାହକ କେମିକାଲ ଥିବା ଅଭିଯୋଗ ସାମ୍ନାକୁ ଆସିଥିଲା ।