ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଆଜିଠାରୁ ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଫାଇନାନ୍ସସିଆଲ ଆକ୍ସନ ଟ୍ୟାକ୍ସ ଫୋର୍ସ (ଏଫଏଟିଏଫ)ର ଜରୁରୀ ବୈଠକ ଆରମ୍ଭ ହୋଇଛି ।
ଗୋଟିଏ ସପ୍ତାହ ଧରି ଚାଲିବାକୁ ଥିବା ଏହି ବୈଠକରେ ପାକିସ୍ତାନର ଭାଗ୍ୟ ପରିକ୍ଷା ହେବାକୁ ଯାଉଛି । ଆତଙ୍କବାଦୀ ମାନଙ୍କୁ ଆର୍ଥିକ ସହାୟତା ଯୋଗାୁଥିବା ଦେଶ ଗୁଡିକ ଉପରେ ଏଫଏଟିଏଫ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ ।
ତେବେ ସର୍ବଦା ଆତଙ୍କବାଦୀ ମାନଙ୍କୁ ସହାୟତା କରୁଥିବା ପାକିସ୍ତାନକୁ ପୂର୍ବରୁ ଏଫଏଟିଏଫ ପକ୍ଷରୁ ସତର୍କ କରାଯାଇଥିଲା । ବର୍ତ୍ତମାନ ଏହି ବୈଠକରେ ପାକିସ୍ତାନକୁ ବ୍ଳାକଲିଷ୍ଟ କରାଯିବ କି ନାହିଁ ସେ ଉପରେ ନିଷ୍ପତି ନିଆଯିବ ।
ଏଫଏଟିଏଫର ଏହି ବୈଠକରେ ୨୦୫ ଦେଶର ପ୍ରତିନିଧି ଓ ସଂୟୁକ୍ତ ରାଷ୍ଟ୍ର, ବିଶ୍ୱ ବ୍ୟାଙ୍କ ଏବଂ ଅନ୍ୟ ସଂଗଠନରୁ ପ୍ରାୟ ୮୦୦ରୁ ଅଧିକ ପ୍ରତିନିଧି ଯୋଗ ଦେବେ । ଆସନ୍ତା ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ଏହି ବୈଠକରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯିବ । ମୁଖ୍ୟତଃ କିପରି ପାକିସ୍ତାନର ଆତଙ୍କବାଦୀ ସହାୟତା ରୋକା ଯାଇପାରିବ ସେ ଉପରେ ସମୀକ୍ଷା କରାଯିବ ।