ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଯାଉଛି । ଲୋକସେବା ଭବନରେ ପୂର୍ବାହ୍ନ ୯ଟା ୪୫ରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ବିଧାନସଭାର ବଜେଟ ଅଧିବେଶନ ଚାଲୁଥିବାରୁ ଏହି ବୈଠକରେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା କରାଯାଇପାରେ । ସୂଚନାନୁଯାୟୀ , ବୈଠକରେ ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହେବା ସହ ଏହା ଉପରେ ମୋହର ଲାଗିପାରେ ବୋଲି ଆଶଙ୍କା କରାଯାଉଛି ।
ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ପୂର୍ତ୍ତ ବିଭାଗ, ପୂର୍ତ୍ତ ବିଭାଗ ଭଳି ବିଭାଗର କେତେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରସ୍ତାବକୁ ମୋହର ମାରିବାଜିପାରେ । ସେହିପରି ଗୃହ, ଉଚ୍ଚଶିକ୍ଷା ବିଭାଗ ସମ୍ବନ୍ଧୀୟ ପ୍ରସ୍ତାବ ଉପରେ କ୍ୟାବିନେଟ ନିଜର ମୋହର ମାରିପାରେ । ତେବେ ବିଧାନସଭା ଚାଲୁଥିବାରୁ କ୍ୟାବିନେଟ ବୈଠକ ପରେ ଗଣମାଧ୍ୟମକୁ କୌଣସି ବି ସୂଚନା ଦିଆଯିବନାହିଁ । ଆଜିର ଏହି ବୈଠକ ସମ୍ପର୍କରେ ସମସ୍ତ ମନ୍ତ୍ରୀଙ୍କ ଆବାସିକ ଦପ୍ତର ଓ କାର୍ଯ୍ୟଳୟକୁ ଅବଗତ କରାଯାଇଛି ।