ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଡକ୍ଟରେଟ ଉପାଧିରେ ସମ୍ମାନିତ କରାଯାଇଛି । ପଞ୍ଜାବର ମଣ୍ଡି ଗୋବିନ୍ଦ ସ୍ଥିତ ଦେଶ ଭଗତ ବିଶ୍ୱବିଦ୍ୟାଳୟର ୭ମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ନିଜର ଅଭିଭାଷଣ ରଖିଥିଲେ ।
ତେବେ ଏହି ଉତ୍ସବରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଦେଶସେବାରେ ସହଭାଗିତା, ଜାତି ପ୍ରତି ଅତୁଳନୀୟ ଅବଦାନ ଏବଂ ସାଂସ୍କୃତିକ ଓ ସାହିତ୍ୟ କ୍ଷେତ୍ରରେ ରାଜ୍ୟପାଳ ବିଶ୍ୱଭୂଷଣଙ୍କର ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଡକ୍ଟରେଟ ଉପାଧିରେ ଭୂଷିତ କରାଯାଇଛି । ଭାରତୀୟ ଜନତା ପାର୍ଟିର ଏହି ଦିଗଜ ନେତାଙ୍କୁ ୨୦୧୯ମସିହାରେ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ପ୍ରଦାନ କରାଯାଇଥିଲା । ବିଶ୍ୱଭୂଶଣ ଓଡିଶା ସକ୍ରୀୟ ରାଜନୀତିରେ ଅଶଂଗ୍ରହଣ କରିବା ସହ ୫ଥର ବିଧାନସଭାକୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଏହା ସହ ସେ ରାଜ୍ୟ ସରକାରଙ୍କର ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ବିଶ୍ୱଭୂଶଣଙ୍କର ରାଜନୀତି ସହ ସାହତ୍ୟ ପ୍ରତି ମଧ୍ୟ ଅନେକ ଆଗ୍ରହ ଥିବା ଦେଖିବାକୁ ମିଳିଥାଏ । ନିଜ ଆତ୍ମଜୀବନୀ ସହ ସେ ଅନେକ ପୁସ୍ତକ ମଧ୍ୟ ରଚନା କରିଛନ୍ତି ।