ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): କାଲିଠାରୁ ପ୍ୟାରିସରେ ଏଫଏଟିଏଫର ବୈଠକ ଆରମ୍ଭ ହୋଇଛି । ଏକ ସପ୍ତାହ ଧରି ଚାଲିବାକୁ ଥିବା ଏହି ବୈଠକରେ ପାକିସ୍ତାନର ଭାଗ୍ୟ ନିର୍ଦ୍ଧାରଣ ହେବାକୁ ଯାଉଛି ।
ପୂର୍ବରୁ ଆତଙ୍କବାଦୀଙ୍କୁ ସହଯୋଗ, ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଏବଂ ସେମାନଙ୍କୁ ଅର୍ଥ ଯୋଗାଇ ବିଶ୍ୱରେ ଆତଙ୍କବାଦକୁ ବଢାଉଥିବା ଅଭିଯୋଗରେ ଏଫଏଟିଏଫ ପାକିସ୍ତାନକୁ ଦୁଇ ଦୁଇ ଥର ଚେତାଇ ଦେଇଛି । ଏହି ବୈଠକରେ ପାକିସ୍ତାନକୁ ବ୍ଳାକଲିଷ୍ଟ ହେବାର ଭୟ ଏତେ ମାତ୍ରାରେ ବଢିଯାଇଛି ଯେ ପାକିସ୍ତାନ ନିଜେ ପାଳୁଥିବା ଆତଙ୍କବାଦୀ ହାଫିଜ ସଇଦ୍ କୁ ୧୧ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛି ।
ବର୍ତ୍ତମାନ ଆଉଜଣେ କୁଖ୍ୟାତ ଆତଙ୍କବାଦୀ ମସୁଦ ଅଜହର ପାକିସ୍ତାନର ଚିନ୍ତା ବଢାଇ ଦେଇଛି । ଜୈସ-ଇ-ମଦମ୍ମଦ ଆତଙ୍କବାଦୀ ସଂଗଠନର ମୁଖ୍ୟ ମସୁଦ ଅଜହର ପାକିସ୍ତାନର କବଜାରୁ ଖସି ଯାଇଛି । ପାକିସ୍ତାନ ସେନାକୁ ଚଖମ୍ା ଦେଇ ଆତଙ୍କବାଦୀ ମସୁଦ ଅଜହର ଖସି ପଳାଇଛି ।
ଏପରି ପରିସ୍ଥିତିରେ ପୁଣି ଥରେ ପାକିସ୍ତାନର ଚିନ୍ତା ବଢିଯାଇଛି । ଗୋଟିଏ ଆତଙ୍କବାଦୀ ପାଇଁ ବ୍ଳାକଲିଷ୍ଟ ହେବା ଭୟରେ ତାକୁ ଲୋକ ଦେଖାଇବା ପାଇଁ ଦଣ୍ଡିତ ସିନା କରାଗଲା, ବର୍ତ୍ତମାନ ଆଉ ଜଣେ ଆତଙ୍କବାଦୀ ମସୁଦ ଅଜହର ପୁଣି ପାକିସ୍ତାନକୁ ସମାନ ସମସ୍ୟାରେ ପକାଇ ଦେଇଛି ।