ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଓଡିଶାରେ ଆୟୋଜିତ ହେବାକୁ ଯାଉଛି ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ । ଏହାକୁ ଓଡିଶା ଆୟୋଜନ କରୁଛି । କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି କାର୍ଯ୍ୟକ୍ରମ ଫେବୃଆରୀ ୨୩ ରୁ ମାର୍ଚ୍ଚ ୧ ପର୍ଯ୍ୟନ୍ତ ଏହା ଆୟୋଜିତ ହେବ । ଏହାର ମୂଳ ଲକ୍ଷ୍ୟ ହେଉଛି ବିଶ୍ୱବିଦ୍ୟାଳୟ ସ୍ତରରୁ ପ୍ରତିଭାବାନ କ୍ରୀଡାବିତ ମାନଙ୍କୁ ଖୋଜି ବାହାର କରିବା । ଦେଶର ପ୍ରମୁଖ ବିଶ୍ୱବିଦ୍ୟାଳୟ ଗୁଡିକ ଏଥିରେ ଅଂଶଗ୍ରହଣ କରାଯିବ । ଦେଶର ୧୫୯ ଟି ବିଶ୍ୱବିଦ୍ୟାଳୟର ୩୩୯୯ ଖେଳାଳି ଏଥିରେ ଅଂଶ ଗ୍ରହଣ କରିବାର ସୂଚନା ରହିଛି । ଆଜି ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ଆନ୍ଥେମ୍ ମୁକ୍ତି ଲାଭ ହୋଇଛି ।
ଏହି ଇଭେଣ୍ଟ ପାଇଁ ଏବେ ରାଜଧାନୀ ଭୁବନେଶ୍ୱର ଓ କଟକ ସଜେଇ ହେବାର ଲାଗିଛି । ବିମାନବନ୍ଦର ଠାରୁ ଆରମ୍ଭ କରି ଷ୍ଟାଡିଅମ ପର୍ଯ୍ୟନ୍ତ ଚାରିଆଡେ ସଜା ସଜି କରାଯାଉଛି । ବିଜୁ ପଟ୍ଟନାୟକ ବିମାନବନ୍ଦରରେ କ୍ରୀଡାବିତ ମାନଙ୍କର ସ୍ୱାଗତ ପାଇଁ ବାଲୁକା କଳା ନିର୍ମାଣ କରାଯାଇଛି । କଳିଙ୍ଗ ଷ୍ଟାଡିୟମ, କିଟ୍ ବିଶ୍ୱବିଦ୍ୟାଳୟ, କଟକସ୍ଥିତ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମ ଆଦି ବିଭିନ୍ନ ସ୍ଥାନରେ ଏହା ଅନୁଷ୍ଠିତ ହେବ । କ୍ରୀଡାବିତୀ ମାନଙ୍କର ଯିବା ଆସିବା ଓ ରହଣିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।