ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଭାରତରେ RealMe ତାର ପ୍ରଥମ ୫ଜି ସ୍ମାର୍ଟଫୋନ RealMe X50 Pro 5G ଭାରତରେ ଲଞ୍ଚ କରିବାକୁ ଯାଉଛି । ଚାଇନା ସ୍ମାର୍ଟଫୋନ କମ୍ପାନୀ Appo ର ସବସିଡାରି RealMe ନିଜର ପ୍ରଥମ ୫ଜି ସ୍ମାର୍ଟଫୋନ ଢ୫୦ ଚକ୍ସକ୍ଟ ୫ଏ ଆସନ୍ତା ଫେବୃଆରୀ ୨୪ରେ ଭାରତରେ ଲଞ୍ଚ କରିବାକୁ ଯାଉଛି ।
ଆସନ୍ତା ୨୪ ତାରିଖରେ ଏକ ଗ୍ଳୋବାଲ ଇଭେଣ୍ଟରେ ଏହି ସ୍ମାର୍ଟଫୋନ ଲଞ୍ଚ ହେବାକୁ ଯାଉଛି । ଏହି ଇଭେଣ୍ଟ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି । ସମ୍ପୂର୍ଣ୍ଣ ଇଭେଣ୍ଟର ଲାଇଭ ଷ୍ଟ୍ରିମିଙ୍ଗ ମଧ୍ୟ କରାଯିବ ।
୨୪ତାରିଖ ପରଠାରୁ ଏହି ୫ଜି ସ୍ମାର୍ଟଫୋନ RealMe ର ଅଫିସିଆଲ ୱେବସାଇଟ ସହିତ ଅନ୍ୟ ଅନଲାଇନ ଓ ଅଫଲାଇନ ଷ୍ଟୋର ଗୁଡିକରେ ଉପଲବ୍ଧ ହେବ । RealMe ର ଦାବି ଅନୁଯାଇ ଭାରତର ପ୍ରଥମ ୫ଜି ସ୍ମାର୍ଟଫୋନ ।
ଭାରତରେ ଏପର୍ଯ୍ୟନ୍ତ ୫ଜି ସର୍ଭିସ ଆରମ୍ଭ ହୋଇନଥିବା ବେଳେ RealMe ନିଜର ୫ଜି ସ୍ମାର୍ଟଫୋନ ଲଞ୍ଚ କରିବାକୁ ଯାଉଛି । RealMe X50 Pro 5G ସ୍ମାର୍ଟଫୋନରେ 90Hz super AMOLED ଡିସପ୍ଳେ ସହିତ Qualcomm Snapdragon ପ୍ରୋସେସର ଉପଲବ୍ଧ ହେବ ।