ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶାସ୍ତ୍ର ଅନୁସାରେ ଜୀବନରେ ବ୍ୟକ୍ତିଙ୍କ ମନ ବହୁତ ମହତ୍ୱପୂର୍ଣ୍ଣ ହୋଇଥାଏ । ଗୀତାରେ ଶ୍ରୀକୃଷ୍ଣ କହିଛନ୍ତି କି ମନୁଷ୍ୟର ମନ ତାର ମୋକ୍ଷ ଏବଂ ବନ୍ଧନର କାରକ । ସଫଳତା ହାସଲ କରିବା ପାଇଁ ମନ ମଜବୁତ ହେବା ନିହାତି ଆବଶ୍ୟକ । ସେଥିପାଇଁ ଧାର୍ମିକ ଶାସ୍ତ୍ରରେ ମନକୁ ମଜବୁତ କରିବା ପାଇଁ କିଛି ଉପାୟ ବର୍ଣ୍ଣନା କରାଯାଇଛି । ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ..
ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରନ୍ତୁ: ନିୟମିତ ସକାଳେ ସ୍ନାନ କରି ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ । ଏଭଳି କରିବା ଦ୍ୱାରା ଆପଣଙ୍କ ମନ ଶାନ୍ତି ରହିବ ଏବଂ କାର୍ଯ୍ୟରେ ମନ ଲାଗିବ ।
ଗାୟତ୍ରୀ ମନ୍ତ୍ର ଜପନ୍ତୁ: ନିୟମିତ ଭାବେ ଗାୟତ୍ରୀ ମନ୍ତ୍ର ଜପିବା ଦ୍ୱାରା ମାନସିକତା ଶାନ୍ତି ମିଳିବା ସହ ଜୀବନରେ ସକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ ।
ସାଧା ଆହର ଭୋଜନ କରନ୍ତୁ: ଧାର୍ମିକ ମାନ୍ୟତା ଅନୁସାରେ ମନ ଶାନ୍ତି ପାଇଁ ସାତ୍ୱିକ ଆହାର ଭୋଜନ କରିବା ଉଚିତ୍ । ଏହାଦ୍ୱାରା ମନରୁ ଖରାପ ଚିନ୍ତାଧାରା ଦୁରେଇ ଥାଏ ।
ଏକାଦଶୀ ବ୍ରତ ରଖନ୍ତୁ: ମନ ଶାନ୍ତି ପାଇଁ ଏକାଦଶୀ ବ୍ରତ କରାଯାଇଥାଏ । ଧାର୍ମିକ ମାନ୍ୟତା ଅନୁସାରେ ଏକାଦଶୀ ବ୍ରତ କରିବାର ଫାଇଦା ହୋଇଥାଏ । ପ୍ରତ୍ୟେକ ମାସରେ ୨ ଥର ଏକାଦଶୀ ବ୍ରତ ପଡିଥାଏ । ଏହିଦିନ ଅନ୍ନ ସେବନ କରନ୍ତୁ ନାହିଁ ।
ଭାଗବାନଙ୍କୁ ପ୍ରାର୍ଥନା କରନ୍ତୁ: ପ୍ରତ୍ୟେକ ଦିନ ଭଗବାନଙ୍କ ଠାରେ ପ୍ରାର୍ଥନା କରନ୍ତୁ । ଏଭଳି କରିବା ଦ୍ୱାରା ମନ ଶାନ୍ତି ରୁହେ ଏବଂ ସଫଳତା ମିଳିଥାଏ ।