ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଆମେରିକାରେ ଗତ କିଛି ବର୍ଷ ଭିତରେ ଭାରତୀୟମାନଙ୍କ ଅବୈଧ ଅନୁପ୍ରବେଶ ବଢିଚାଲିଛି । ଏନଏପିଏ ବା ନର୍ଥ ଆମେରିକା ପଞ୍ଜାବୀ ଆସୋସିଏସନ ଦେଇଥିବା ରିପୋର୍ଟ ଅନୁଯାଇ ଗତବର୍ଷ ଆମେରିକାରେ ୭ହଜାରରୁ ଅଧିକ ଲୋକ ଅବୈଧ ଭାବରେ ପ୍ରବେଶ କରିଛନ୍ତି ।
ଆମେରିକାର ସୀମା ସୁରକ୍ଷା ବଳ ୨୦୧୯ରେ ୨୭୨ମହିଳାଙ୍କ ସହିତ ୫୯୧ ଜଣ ନାବାଳକ, ନାବାଳିକାଙ୍କ ସମେତ ସମୁଦାୟ ୭୭୨୦ ଜଣଙ୍କୁ ଅବୈଧ ପ୍ରବେଶ କରୁଥିବା ସମୟରେ ଧରିଛନ୍ତି ।
ଅବୈଧ ପ୍ରବେଶ କରିବା ଅଭିଯୋଗରେ ୨୦୧୭ରେ ୪୬୨୦, ୨୦୧୬ରେ ୩୫୪୪, ୨୦୧୫ରେ ୩୦୯୧ ଓ ୨୦୧୪ରେ ୧୬୬୩ ଜଣଙ୍କୁ ଆମେରିକାର ସୀମା ସୁରକ୍ଷା ବଳ ଗିରଫ କରିଥିଲା ।
ତେବେ ଭିସା ନଥାଇ ଭାରତୀୟ ମାନଙ୍କ ଆମେରିକାରେ ଅବୈଧ ପ୍ରବେଶ ଆମେରିକା ସରକାରଙ୍କ ଚିନ୍ତା ବଢାଇବା ସହିତ ଭାରତ ସରକାରଙ୍କ ମଧ୍ୟ ମୁଣ୍ଡ ବିନ୍ଧାର କାରଣ ସାଜିଛି ।