ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଟ୍ୱିଟର ବୋର୍ଡରେ ଏଲନ ମସ୍କ ସାମିଲ ହେବା ଖବରକୁ ନେଇ ଏବେ ପୂର୍ଣ୍ଣଛେଦ ପଡିଛି । ଏନେଇ ଟ୍ୱିଟର ସିଇଓ ପରାଗ ଅଗ୍ରୱାଲ ସୂଚନା ଦେଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି କି , ଟ୍ୱିଟର ବୋର୍ଡରେ ସାମିଲ ହେବେନି ଏଲନ ମସ୍କ ।
ପରାଗ ଅଗ୍ରୱାଲ କହିଛନ୍ତି କି, ଏଲନ ମସ୍କଙ୍କୁ ବୋର୍ଡରେ ସାମିଲ ହେବା ବ୍ୟତିତ ଆମେ ତାଙ୍କ ସହ ଅନ୍ୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଥିଲୁ । କିନ୍ତୁ ଏଥିରେ ଇଛାପ୍ରକଟ କରିନଥିଲେ ମସ୍କ ଏବଂ ସେ ଏବେ ବୋର୍ଡରେ ସାମିଲ ହେବେ ନାହିଁ ।
ସୂଚନାଯୋଗ୍ୟ , ଏଲନ ମସ୍କ ଟ୍ୱିଟର ବୋର୍ଡରେ ସାମିଲ ହେବା ନେଇ ଗତ କିଛି ଦିନ ତଳେ ଚର୍ଚ୍ଚା ହେଉଥିଲା ।