ସୋନପୁର(ଏଟିଆର ବ୍ୟୁରୋ): ଏକ ପିକ ଅପ ଭ୍ୟାନକୁ ଟ୍ରକ ଧକ୍କା ଦେବାରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ଥିବାର ଜଣାପଡିଛି । ସୂଚନା ଆନୁସାରେ ଗତକାଲି ବିଲମ୍ବିତ ରାତିରେ ଉଲୁଣ୍ଡାରୁ ସମ୍ବଲପୁର ଅଭିମୁଖେ ଯାଉଥିବା ଏକ ପିକଅପ ଭ୍ୟାନକୁ ଏକ ଟ୍ରକ ମୁହାଁମୁହିଁ ଧକ୍କା ଦେଇଛି । ଫଳରେ ଘଟଣା ସ୍ଥଳରେ ପିକଅପ ଭ୍ୟାନରେ ଥିବା ତେଜରାଜ ବାଘ ଓ ଉତ୍ତମ ଡୁଙ୍ଗରିଆ ନାମକ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଜଣେ ଯୁବକ ବାବୁଲାଲ ମହାକୁର ମେଡିକାଲରେ ଭର୍ତ୍ତି କରିବା ପରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।ସୁବର୍ଣ୍ଣପୁର-ସମ୍ବଲପୁର ରାଜ୍ୟ ରାଜପଥର ମେଟାକାନୀ ଛକରେ ଏହି ଦୁର୍ଘଟଣା ଘଟିଛି ।
ତେବେ ଖବର ପାଇ ଉଲୁଣ୍ଡା ପୋଲିସ ଓ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଥିଲେ । ପୋଲିସ, ଦମକଳ ବାହୀନୀ ଓ ସ୍ଥାନୀୟ ଲୋକଙ୍କ ଦ୍ୱାରା ଗୁରୁତର ଆହତ ମାନଙ୍କୁ ଉଦ୍ଧାର କରାଥିଲା । ସମସ୍ତ ଗୁରୁତରଙ୍କୁ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିବାର ସୂଚନା ମିଳିଛି । ପୋଲିସ ଉଭୟ ଟ୍ରକ ଓ ପିକଅପ ଭ୍ୟାନକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।