ଭୁବନେଶ୍ୱର(ଏଟିଆର ବ୍ୟୁରୋ):ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ ।ଯାହାକି ଘନୀଭୁତ ହୋଇ ବାତ୍ୟାରେ ପରିଣତ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଏହା ପୁଣି ତାମିଲନାଡ଼ୁ – ପୁଡ଼ୁେୁଚରି ଉପକୂକ ମୁହାଁ ହେବ ବୋଲି ପାଣିପାଗ ବିଶେଷଞ୍ଜମାନେ ଅନୁମାନ କରୁଛନ୍ତି । ତେବେ ଓଡ଼ିଶାରେ ଏହାର ବିଶେଷ ପ୍ରଭାବ ପଡ଼ିବ ନାହିଁ ବୋଲି କୁହାଯାଇଛି ।
ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ।ଯାହାକି ଆସନ୍ତା ୩୬ ଘଣ୍ଟା ମଧ୍ୟ ରେ ବାତ୍ୟାରେ ପରିଣତ ହୋଇ ପରମର୍ତ୍ତୀ ୨୪ ଘଣ୍ଟା ମଧ୍ୟ ରେ ଅବପାତ ରୂପ ନେବ । ଏହା ପଶ୍ଚିମ ଦିଗରେ ଗତି କରି ଆସନ୍ତି ୨ ତାରିଖରେ ତାମିଲନାଡ଼ୁଓ ପୁଡ଼ୁଚେରି ଉପକୂଳ ଛୁଇଁପାରେ ବୋଲି ଅନୁମାନ କରାଯାଇଛି । ଏହାର ପ୍ରଭାବରେ ପ୍ରବଳ ବର୍ଷା ପବନ ହେବାର ଆଶଙ୍କା ଅଛି ବୋଲି ଆକଳନ କରାଯାଇଛି ।
ଆସନ୍ତା ୨-୩ ଦିନ ଭିତରେ ରାଜ୍ୟରେ ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୩ ରୁ ୪ ଡ଼ିଗ୍ରୀ ସେଲସିୟସ କମିବାର ସମ୍ଭାବନା ରହିଛି । ଫଳରେ ଶୀତ ର ପ୍ରକୋପ ବଢିବ ବୋଲି ଆକଳନ କରାଯାଇଛି । ଡ଼ିସେମ୍ବର ୨ ରୁ ୩ ବେଳକୁ ରାଜ୍ୟରେ ପାଗର ସାମାନ୍ୟ ବଦଳିବ । କିନ୍ତୁ ଦକ୍ଷିଣ ଓଡ଼ିଶାରେ ସ୍ଥାନେ ସ୍ଥାନେ ବର୍ଷା ହେବା ସହ ରାଜ୍ୟରେ ପାଗ କୋହଲା ରହିପାରେ ।