ଶ୍ରୀନଗର(ଏଟିଆର ବ୍ୟୁରୋ): ପୁଣି ଜମ୍ମୁ –କାଶ୍ମୀର ସୀମାନ୍ତରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଫଳରେ ସେନାର ଗୁଳିରେ ୨ ଜଣ ଆତଙ୍କି ନିହତ ହୋଇଥିବାର ଜଣାପଡିଛି । ସୂଚନା ଅନୁସାରେ ଗତକାଲି ବିଲମ୍ବିତ ରାତିରେ ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ବିଜବେହରା ଗୁଣ୍ଡବାବା ସଂଗମ ଠାରେ କିଛି ଆତଙ୍କବାଦୀ ମାନେ ଲୁଚି ଥିବାର ଖବର ପାଇଥିଲେ ପାଲିସ ଓ ସେନା କର୍ମଚାରୀ ମାନେ । ଏହି ଖବର ପାଇବା ପରେ ସେନା ଓ ପୋଲିସ ପକ୍ଷରୁ ଗୁଣ୍ଡବାବା ସଂଗମ ଅଞ୍ଚଲରେ ସର୍ଚ୍ଚ ଅପରେଶନ ଆରମ୍ଭ କରାଯାଇଥିଲା ।
#UPDATE Jammu & Kashmir Police: Two Lashkar-e-Taiba (LeT) terrorists have been killed in the operation. Arms and ammunition recovered. https://t.co/GGIEJZBumy
— ANI (@ANI) February 21, 2020
ହତାଠ୍ ଆତଙ୍କବାଦୀ ମାନେ ସେନା ଓ ରାଜ୍ୟ ପୋଲିସଙ୍କ ଉପରେ ଗୁଳି ବର୍ଷା ଆରମ୍ଭ କରିଦେଇଥିଲେ । ଜବାବରେ ଭାରତୀୟ ଜବାନ ମାନେ ମଧ୍ୟ ଗୁଳି ଚଳାଇଥିଲେ । କିଛି ସମୟ ଧରି ଗୁଳି ବିନିମୟ ପରେ ଭାରତୀୟ ଯାବନଙ୍କ ଗୁଳିରେ ଦୁଇ ଜଣ ଆତଙ୍କି ନିହତ ହୋଇଥିଲେ । ସେମାନଙ୍କ ନିକଟରୁ ବିପୁଳ ମାତ୍ରାରେ ଗୋଳା ବାରୁଦ ଓ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ମୃତ ଆତଙ୍କି ମାନେ ଲସ୍କର-ଏ-ତୋଇବା ପାଇଁ କାମ କରୁଥିଲେ ବୋଲି ଜାମ୍ମୁ-କାଶ୍ମୀର ପୋଲିସ ସୂଚନା ଦେଇଛି । ମୃତ ଆତଙ୍କି ମାନେ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ସେମାନଙ୍କର ପରିଚୟ ମିଳିପାରି ନାହିଁ । ସେନା ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜୋରଦାର କରାଯାଇଛି ।