ଭୁବନେଶ୍ୱର(ଏଟିଆର ବ୍ୟୁରୋ):ବିଶିଷ୍ଠ ଅନୁବାଦକ ତଥା ସାହିତ୍ୟିକ ଯୁଗଳ କିଶୋର ଦତ୍ତଙ୍କ ପରଲୋକ ଘଟିଛି । ଯୁଗଳ ୧୯୨୮ ଡିସେମ୍ବର ୨୪ ତାରିଖରେ ଯାଜପୁର ଜିଲ୍ଲା ମହେଶ୍ୱରପୁରରେ ଜନ୍ମ ଗ୍ରହଣ କରିଥିଲେ । ଗତକାଲି ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କ ୯୨ ବର୍ଷ ବୟସ ହୋଇଥିଲା । ଯୁଗଳଙ୍କ ଦ୍ୱାରା ଲିଖିତ ପୁସ୍ତକ ଶତାବ୍ଧିର ପ୍ରେମ ପ୍ରକାଶ ପାଇଥିଲା । ବଙ୍ଗଳା ଲେଖକ ବିମଲ ମିତ୍ରଙ୍କ ପୁସ୍ତକ ଆମେରିକା ଥିଲା ଯୁଗଳଙ୍କ ପ୍ରଥମ ଅନୁବାଦିତ ପୁସ୍ତକ । ବିମଳ ମିତ୍ରଙ୍କ ସମସ୍ତ ପୁସ୍ତକ ସେ ଓଡିଆରେ ଅନୁବାଦ କରିଛନ୍ତି ।
କେବଳ ବିମଳ ମିତ୍ର ନୁହନ୍ତି ରବିନ୍ଦ୍ରନାଥ ଟାଗୋର, ଶରତ ଚନ୍ଦ୍ର ଚଟ୍ଟୋପାଧ୍ୟାୟ, ସୁନୀଏ ଗଙ୍ଗୋପାଧ୍ୟାୟ, ସମରେଶ ମଜୁମଦାର ଓ ତସଲିମ ନସରିନଙ୍କ ଭଳି ବହୁ ବଙ୍ଗଳା ଲେଖକଙ୍କ ପୁସ୍ତକକୁ ଯୁଗଳ ଓଡିଆରେ ଅନୁବାଦ କରିଥିଲେ । ଖାଲି ଏତିକି ନୁହେଁ ବହୁ ଓଡିଆ ଗଳ୍ପକୁ ସେ ବଙ୍ଗଳାରେ ଅନୁବାଦ କରି ଓଡିଆ କଥାକୁ ପଡୋଶୀ ରାଜ୍ୟରେ ପରିଚିତ କରାଇଥିଲେ । ଏଥିପାଇଁ ତାଙ୍କୁ ୧୯୯୭ରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା । ୧୫୦ରୁ ଊର୍ଦ୍ଧ୍ୱ ପୁସ୍ତକ ରଚନା କରିଥିବା ଯୁଗଳ । ‘ଆସାମୀ ହାଜିର’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଏବଂ ଅନୁବାଦ ପୁସ୍ତକ ‘ଜନ ଗଣ ମନ’ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ଯୁଗଳ।