ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଆସନ୍ତା ମାର୍ଚ୍ଚ ୩ ତାରିଖରେ ନିର୍ଭୟା ଅଭିଯୁକ୍ତଙ୍କୁ ଫାଶୀ ଦିଆଯିବ । ଏନେଇ କୋର୍ଟ ପକ୍ଷରୁ ଡେଥ ୱାରେଣ୍ଟ ଜାରି କରାଯାଇଛି । ତେବେ ଏନେଇ ତିହାର ଜେଲ ପକ୍ଷରୁ ଏବେ କତ୍ତୃପକ୍ଷ ଦୋଷୀଙ୍କ ପରିବାର ଲୋକଙ୍କୁ ଶେଷ ଦେଖା ପାଇଁ ଚିଠି ଲେଖିଛନ୍ତି । ଆସନ୍ତା ୩ ତାରିଖ ପୂର୍ବରୁ ଦୋଷୀଙ୍କୁ ଭେଟିବାକୁ ତାଙ୍କ ପରିବାର ଲୋକଙ୍କୁ କୁହାଯାଇଛି । ପରିବାର ଲୋକଙ୍କ ଅଭିଯୁକ୍ତଙ୍କ ସହିତ ଶେଷ ଦେଖା କରିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଗତ ୧ ତାରିଖରେ ମୁକେଶ ଓ ପୱନ ସେମାନଙ୍କ ପରିବାର ଲୋକଙ୍କୁ ଭେଟିଥିଲେ । ତିହାର ଜେଲ ପକ୍ଷରୁ କୁହାଯାଇଛି କେବେ ସେମାନେ ସେମାନଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଚାହୁଁଛନ୍ତି ବୋଲି ପଚରାଯାଇଛି ।
ଅଭିଯୁକ୍ତଙ୍କୁ ସିଧାସଳଖ ତାଙ୍କ ପରିବାର ଲୋକଙ୍କ ସହିତ ଭେଟିବାକୁ ସୁଯୋଗ ଦିଆଯିବ । ଅନ୍ୟପଟେ ଅଭିଯୁକ୍ତମାନେ ଫାଶୀ ପାଇବା ପୂର୍ବରୁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା ତିହାର ଜେଲ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଥିଲା । ସୂଚନାଯୋଗ୍ୟ ପୂର୍ବରୁ ପ୍ରଥମେ ଜାନୁଆରୀ ୨୨ ତାରିଖରେ ଫାଶୀ ଦିଆଯିବାକୁ କୋର୍ଟ ଡେଥ ୱାରେଣ୍ଟ ଜାରି କରିଥିଲେ । ପରେ ଦୋଷୀମାନେ ବିଭିନ୍ନ ଆଇନଗତ ଆଳ ଦେଖାଇ ଏହାକୁ ଫେବୃଆରୀ ୧ ତାରିଖକୁ ଘୁଞ୍ଚଇବାକୁ ସଫଳ ହୋଇଥିଲେ । ପରେ ଏହାକୂ ମାର୍ଚ୍ଚ ୩ ତାରିଖକୁ ଡେଥ ୱାରେଣ୍ଟ ଜାରି କରାଯାଇଛି ।