ନୂଆଦିଲ୍ଳୀ (ଏଟିଆର ବ୍ୟୁରୋ): ମହାମାରୀ କାରଣରୁ ଏବେ ସାରା ଦେଶରେ ସବୁ ପ୍ରକାରର ବିଶୁଙ୍ଗଳା ଦେଖିବାକୁ ମିଳୁଛି । ଏହି ମହାମାରୀ ସହ ଲଢି କିପରି ଜନଜୀବନକୁ ସୁଧାରା ଯାଇପାରିବ ସେଥିପାଇଁ ସରକାର ନିଜର ସମସ୍ତ ପ୍ରକାର ପ୍ରଚେଷ୍ଟା ଜାରି ରଖିଛନ୍ତି । ମହାମାରୀ ସମୟରେ ପ୍ରବାସୀ ଶ୍ରମିକ ମାନେ ନିଜର ବୃତ୍ତି କୁ ହରାଇବା ସହ ନିଜ ନିଜ ଘରକୁ ଫେରି ଆସିଥିଲେ ।
ହେଲେ ବର୍ତ୍ତମାନ ଅର୍ଥ ଅଭାବ ସହ ନିଜ ରାଜ୍ୟରେ କାମ ନପାଇବାରୁ ସେମାନେ ପୁନଃବାର ବାହାର ରାଜ୍ୟକୁ ଫେରି ଯାଉଛନ୍ତି । ଅନ୍ୟପଟେ ମହାମାରୀ କାରଣରୁ ଶ୍ରମିକମାନେ ଘର ମୁହାଁ ହେବାରୁ ନିର୍ମାଣ ସାମଗ୍ରୀ ଯୋଗାଣ ବାଧାପ୍ରାପ୍ତ ହୋଇଛି । ଯାହାଫଳରେ ରିଅଲ ଇଷ୍ଟେଟ ପ୍ରକଳ୍ପ ଗୁଡିକ ବାଧାପ୍ରାପ୍ତ ହୋଇଛି । ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗୃହକ୍ରେତାଙ୍କ ସମେତ ସମସ୍ତ ଅଂଶୀଦାରମାନଙ୍କ ସ୍ୱାର୍ଥ ପାଇଁ ଏକ ଗାଇଡଲାଇନ ଜାରି କରାଯାଇଛି । ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ଗୁଡିକର ରିଅଲ ଇଷ୍ଟେଟ ନିୟାମିକ କତ୍ତୃପକ୍ଷଙ୍କ ପାଇଁ କେନ୍ଦ୍ର ସରକାର ଗାଇଡଲାଇନ ଜାରି କରିଛନ୍ତିି ।
ଏହି ମାର୍ଗଦର୍ଶିକା ଅନୁଯାୟୀ କୋଭିଡ-୧୯ ମହାମାରୀକୁ ଏକ ଅପ୍ରତ୍ୟାଶିତ ଘଟଣା ଭାବେ ବିବେଚନା କରି ରେରା ଅଧୀନରେ ପଞ୍ଜିକୃତ ହୋଇଥିବା ସମସ୍ତ ପ୍ରକଳ୍ପର ପଞ୍ଜିକରଣ/ସମ୍ପୂର୍ଣ୍ଣ ତାରିଖକୁ ସ୍ୱୟଂଚାଳିତ ଭାବେ ୬ମାସ ପାଇଁ ବଢ଼ାଇବା ଲାଗି ପରାମର୍ଶ ଦେଇଛନ୍ତି। ଯେଉଁଠି ପ୍ରକଳ୍ପ ଅବଧି ୨୫ମାର୍ଚ୍ଚ, ୨୦୨୦ରେ ଶେଷ ହେଉଛି ସେଠାରେ ଆହୁରି ତିନି ମାସ ପାଇଁ ସମ୍ପ୍ରସାରଣ କରିବା ଲାଗି ଅନୁମତି ଦେବାକୁ ଏଥିରେ କୁହାଯାଇଛି। ଆବଶ୍ୟକତା ପଡ଼ିଲେ, ଲିଖିତ ଆକାରରେ କାରଣ ରେକର୍ଡ କରି ଏହି ଅନୁମତି ଦିଆଯାଇପାରିବ। ସେହିପରି ରେରା ଅଧୀନରେ ଅନ୍ୟ ବୈଧାନିକ ଅନୁପାଳନର ସମୟ ଅବଧି ସମ୍ପ୍ରସାରଣ କରିବା ଲାଗି ମଧ୍ୟ କୁହାଯାଇଛି।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024