ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଉତ୍ତରପ୍ରଦେଶର ସୋନଭଦ୍ର ଜିଲ୍ଲାରେ ଥିବା ଦୁଇଟି ପାହାଡରୁ ସୁନା ଭଣ୍ଡାର ଠାବ ଘଟଣାରେ ନୂଆ ଖୁଲାସା ହୋଇଛି । କୁହାଯାଉଥିବା ଥିବା କି ସୋନ ପାହାଡ ଏବଂ ହର୍ଦି ବ୍ଲକରୁ ପ୍ରାୟତଃ ୩ ହଜାର ନଟରୁ ଅଧିକ ସୁନା ଠାବ କରାଯାଇଥିଲା । ଯାହାର ମୂଲ୍ୟ ହାରାହାରି ୧୨ ଲକ୍ଷ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଥିଲା । ମାତ୍ର ଏବେ ଏହି ଖଣ୍ଡନ କରାଯିବା ସହ କୁହାଯାଉଛି କି ପାହାଡରୁ କେବଳ ୧୬୦ କିଲୋ ସୁନା ଠାବ କରାଯାଇଛି ।
ସୋନଭଦ୍ରରେ ୩୩୫୦ ଟନ୍ ସୁନା ମିଳିବା ଖବର ଭୁଲ ବୋଲି ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ ପକ୍ଷରୁ କୁହାଯାଇଛି । ଏଠାରୁ କେବଳ ୧୬୦ କିଲୋଗ୍ରାମର ସୁନା ମିଳିବାର ଅନୁମାନ କରାଯାଇଛି ।
ଜିଏସଆଇ ର ଅଧିକାରୀ କହିଛନ୍ତି କି, ସୁନା ସନ୍ଧାନ ପାଇଁ ଚେଷ୍ଟା ଏବେ ବି ଜାରି ରହିଛି । ସେଠାରେ ଆହୁରି ବି ସୁନା ଥିବାର ସମ୍ଭାବନା ଅଛି । କିନ୍ତୁ ଏପର୍ଯ୍ୟନ୍ତ ଯେତିକି ସୁନା ମିଳିଛି ୧୬୦ କିଲୋ ହେବ ।