ଲକ୍ଷେ୍ନø(ଏଟିଆର ବ୍ୟୁରୋ): ଭାରତରେ ପ୍ରଥମ ଥର ପାଇଁ ଗର୍ଭ ସଂସ୍କାର ଉପରେ ସାର୍ଟିଫିକେଟ ଓ ଡିପ୍ଳୋମା କୋର୍ସ ଆରମ୍ଭ କରାଯାଉଛି । ଲକ୍ଷେ୍ନø ବିଶ୍ୱବିଦ୍ୟାଳୟରେ ଆସନ୍ତା ଶିକ୍ଷା ବର୍ଷ ଠାରୁ ଏଭଳି ପାଠ୍ୟକ୍ରମ ଆରମ୍ଭ କରାଯିବ ।
ଏହି ନୂଆ ପାଠ୍ୟକ୍ରମ ମାଧ୍ୟମରେ ଶିକ୍ଷାର୍ଥୀ ମାନଙ୍କୁ ଗର୍ଭଧାରଣ ଓ ମାତୃତ୍ୱର ଭୂମିକା ବିଷୟରେ ତାଲିମ ଦିଆଯିବ । ଏଥି ସହିତ ଗର୍ଭଧାରଣ ସମୟରେ ଉପଯୁକ୍ତ ଖାଦ୍ୟ, ଆଚାର ବ୍ୟବହାର, ଶାରୀରିକ ସାମର୍ଥ୍ୟତା ଓ ସଙ୍ଗୀତ ଆଦି ବିଷୟରେ ଶିକ୍ଷା ପ୍ରଦାନ କରାଯିବ ।
ଏହା ଦ୍ୱାରା ଭାରତର ମହିଳା ମାନେ ପ୍ରକୃତ ମାତୃତ୍ୱର ଅର୍ଥ ବୁଝିବା ସହିତ ଭବିଷ୍ୟତର ପିଢୀକୁ ଉତ୍ତମ ସଂସ୍କାର ମଧ୍ୟ ଦେଇପାରିବେ । ଯାହା ଦ୍ୱାରା ପରୋକ୍ଷରେ ଏ ସୁସ୍ଥ ସମାଜ ଗଠନ ହୋଇପାରିବ ।
କେବଳ ମହିଳା ମାନେ ନୁହେଁ ଏହି ନୂଆ ପାଠ୍ୟକ୍ରମକୁ ଛାତ୍ରମାନେ ମଧ୍ୟ ଅଧ୍ୟୟନ କରିପାରିବେ । ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ ପଟେଲଙ୍କ ପ୍ରସ୍ତାବ ପରେ ଲକ୍ଷେ୍ନø ବିଶ୍ୱବିଦ୍ୟାଳୟରେ ଗର୍ଭ ସଂସ୍କାର ଭଳି ପାଠ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି ।
ଏହି ପାଠ୍ୟକ୍ରମ ପାଇଁ ଏକ ସ୍ୱତନ୍ତ୍ର ଗାଇଡ୍ ଲାଇନ ମଧ୍ୟ ପ୍ରସ୍ତୁତ କରାଯାଇଛି । ଯାହା ଦ୍ୱାରା ଛାତ୍ର ଛାତ୍ରୀ ମାନେ ଏହି ପାଠ୍ୟକ୍ରମ ବିଷୟରେ ସହଜରେ ବୁଝିପାରିବେ । ସବୁଠାରୁ ବଡ କଥା ହେଲା ଏହି କୋର୍ସ କରି ସାରିବା ପରେ ଜବ୍ ମଧ୍ୟ ମିଳିପାରିବ ।