ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଭାରତୀୟ ପ୍ରଶାସନିକ ସେବା(ଆଇଏଏସ) ଅଧିକାରୀଙ୍କ ସ୍ତରରେ ଛୋଟ ଧରଣର ଅଦଳବଦଳ କରାଯାଇଛି । ଓଡିଶା ପ୍ରଶାସନରେ କାର୍ଯ୍ୟରତ କେତେକ ଆଇଏଏସ ଅଫିସରଙ୍କ ସ୍ତରରରେ ଅଦଳବଦଳ କରାଯାଇଛି । ଏନେଇ ଗତକାଲି ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୦୮ବର୍ଷର ଆଇଏଏସ ଅଫିସର ବି. ପରମେଶ୍ୱରନଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ନିର୍ଦ୍ଦେଶ ତଥା ଯୁଗ୍ମ ସଚିବଭାବେ ନିଯୁକ୍ତି ମିଳିଛି । ସେ ବର୍ତ୍ତମାନ ଜମିଜମା ରେକର୍ଡ, ସର୍ଭେ ଏବଂ ଚକବନ୍ଦୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ ।
ସେହିପରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଯୁଗ୍ମ ସଚିବ ତଥା ୨୦୦୮ ମସିହାର ଆଇଏଏସ ଅଫିସର ଗୁହା ପୁନମ ତାପସ କୁମାରଙ୍କୁ ଏସଟି, ଏସସି, ସଂଖ୍ୟାଲଘୁ ସମ୍ପ୍ରଦାୟ ଏବଂ ଓବିସି କଲ୍ୟାଣ ବିଭାଗର ନିର୍ଦ୍ଦେଶକ ଦାୟିତ୍ୱ ପ୍ରଦାନ କରାଯାଇଛି । ଅନ୍ୟପଟେ ହସ୍ତତନ୍ତ, ବୟନଶିଳ୍ପ ଏବଂ ହସ୍ତଶିଳ୍ପ ଅତିରିକ୍ତ ସଚିବ ଭାବେ ନିଯୁକ୍ତ ଥିବା ୨୦୦୮ ବ୍ୟାଚର ଆଇଏଏସ ଅଫିସର ବୃନ୍ଦାବନ ବେହେରାଙ୍କୁ ଜମିଜମା ରେକର୍ଡ, ସର୍ଭେ, ଚକବନ୍ଦୀର ନିର୍ଦ୍ଦେଶ ଭାବେ ନିଯୁକ୍ତି ପାଇଛନ୍ତି । ଏହାସହ ସ୍ମୃତି ରଞ୍ଜନ ପ୍ରଧାନ (ଏନଏସସିଏସ -୨୦୧୨)ଙ୍କୁ କଟକସ୍ଥିତ ମତ୍ସ୍ୟ ସମ୍ପଦ ନିର୍ଦ୍ଦେଶ ଏବଂ ଉମାକାନ୍ତ ତ୍ରିପାଠୀ (ଏସସିଏସ)ଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ନିର୍ଦ୍ଦେଶକର ଦାୟିତ୍ୱ ପ୍ରଦାନ କରାଯାଇଛି ।