ଆଜିକାଲି ସମୟରେ ଯୁବତୀମାନେ ନିଜକୁ ସୁନ୍ଦର କରିବା ପାଇଁ ବଜାରରେ ଉପଲବ୍ଧ ବିଭିନ୍ନ କସମେଟିକ୍ ଏବଂ ବ୍ୟୁଟିପାର୍ଲରର ସାହାରା ନେଇଥାନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି ପୁରାତନ ଯୁଗରେ ରାଣୀ ଏବଂ ମହାରାଣୀମାନେ ନିଜର ସୌନ୍ଦର୍ଯତା ବୃଦ୍ଧି କରିବା ଲାଗି କ’ଣ କରୁଥିଲେ । ଯଦି ନା ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ ପୁରାତନ ଯୁଗରେ ରାଣୀମାନେ କିଭଳି ରାଜାମାନଙ୍କୁ ଆକର୍ଷିତ କରାଉଥିଲେ । ସେତେବେଳେ ରାଣୀମାନେ ନିଜର ସୁନ୍ଦାରତା ବୃଦ୍ଧି କରିବା ଲାଗି କେଉଁ କେଉଁ ପ୍ରାକୃତିକ ଉପାୟ ଅବଲମ୍ବନ କରୁଥିଲେ।
ମଦ: ରାଣୀମାନେ ସୁନ୍ଦର ଦେଖାଯିବା ପାଇଁ ଖିରରେ ଅଣ୍ଡାର ଧଳା ଅଂଶ, ଲେମ୍ବୁ ରସ ଏବଂ ମଦ ମିଶାଇ ଚେହେରାରେ ଲଗାଉଥିଲେ । ଏହାଦ୍ୱାରା ତ୍ୱଚା କୋମଳ ରହିଥାଏ । ଏବଂ ଦୀର୍ଘ ସମୟ ଧରି ଜୱାନ ଦେଖା ଯାଉଥିଲେ ।
ଗୋଲାପ ଜଳ: ରାଣୀମାନେ ସ୍ନାନ କଲା ବେଳେ ପାଣି କୁଣ୍ଡରେ ଗୋଲାପ ପାଖୁଡା ପକାଇ ସ୍ନାନ କରୁଥିଲେ । ଏହାଦ୍ୱାରା ଶରୀର ସୂକ୍ଷ୍ମ ରହିବା ସହିତ ଚମକି ଥାଏ । ଏହା ବ୍ୟତୀତ ସ୍ନାନ କଲା ସମୟରେ ପାଣିରେ ଚନ୍ଦନ ପାଉଡର,କେସର,ଖୀର ଏବଂ ଗୋଲାପ ଜଳ ମଧ୍ୟ ବ୍ୟବହାର କରୁଥିଲେ।
ଅଖରୋଟ:ଅଖରୋଟରେ ସୌନ୍ଦର୍ଯ୍ୟ ବୃଦ୍ଧି କରିବାର ଅନେକ ଗୁଣ ଥାଏ । ସେତେବେଳେ ରାଣୀମାନେ ଖୁବ୍ ପରିମାଣର ଅଖରୋଟ ଖାଉଥିଲେ । ଯାହାଦ୍ୱାରା ଧିରେ ଧିରେ ବୟସ ବୃଦ୍ଧି ହେବା ସହିତ ସୌନ୍ଦର୍ଯ୍ୟତାରେ ପରିବର୍ତ୍ତନ ଆସିଥାଏ । ଏହି କାରଣ ଯୋଗୁଁ ରାଣୀମାନେ ଖୁବ୍ ଶୀଘ୍ର ରାଜାମାନଙ୍କୁ ଆକର୍ଷିତ କରି ପାରୁଥିଲେ ।
ଅଲିଭ ତେଲ:ପୁରାତନ ସମୟରେ ରାଣୀମାନଙ୍କର କେଶ ଖୁବ୍ ଲମ୍ବା ଥାଏ କାରଣ ସେମାନେ ସର୍ବଦା କେଶରେ ଅଲିଭ ତେଲ ବ୍ୟବହାର କରୁଥିଲେ ।
ଇତର:ରାଣୀମାନେ ସର୍ବଦା ଇତର ବ୍ୟବହାର କରୁଥିଲେ କାରଣ ଯେତେବେଳେ ରାଜାମାନେ ଗୃହକୁ ପ୍ରବେଶ କରିବେ ସେତେବେଳେ ଇତରର ମହକରେ ଟାଣି ହୋଇ ରାଣୀଙ୍କ ପାଖକୁ ଯିବେ ।