ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ । ଗତକାଲି ଅଧିବେଶନର ପ୍ରଥମ ଦିନ ଥିଲା କିନ୍ତୁ କୌଣସି କାର୍ଯ୍ୟ ହୋଇନଥିଲା । କାରଣ ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ଆଜି କାର୍ଯ୍ୟ ଆରମ୍ଭରୁ ବିଧାନସଭାରେ ବିଶୃଙ୍ଖଳା ଦେଖିବାକୁ ମିଳିଛି । ବିରୋଧୀ ଦଳ ନେତା ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ । ପ୍ରାୟ ସାଢେ ୧୧ଟା ଯାଏଁ ବାଚସ୍ପତି ଗୃହକୁ ମୁଲତବୀ ରଖିଥିଲେ ।
ଆଜି ଗୃହରେ ଅର୍ଥମନ୍ତ୍ରୀ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ । ପ୍ରାୟ ୧୨ ହଜାର ୭୬୮ କୋଟି ଟଙ୍କାର ବ୍ୟୟବରାଦ ରହିଛି । ମୁଖ୍ୟତଃ କୃଷି, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଶିଳ୍ପ ଆଦି ଉପରେ ଗୁରୁତ୍ୱ ଦିଆଯିବାର ସମ୍ଭାବନା ରହିଛି ।