ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚାକିରୀଆଙ୍କ ପାଇଁ ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ସର୍ବୋଚ୍ଚ ଅଟେ । ବେସରକାରୀ ଚାକିରୀ କରୁଥିବା ବ୍ୟକ୍ତିଙ୍କ ପାଇଁ ଇପିଏଫଓ ଏକ ବଡ ଫାଇଦା ଦେଇଛି । ଏବେ ଚାକିରୀରୁ ଅବସର ନେବା ପରେ ବ୍ୟକ୍ତିଙ୍କୁ ପେନସନ୍ ମିଳି ପାରିବ । ଏହାସହିତ ସେହି ପେନସନ୍ ରୁ ଆପଣ ଆଡଭାନ୍ସ ବି ଉଠାଇ ପାରିବେ । ଏଭଳି ଫାଇଦା ଏପର୍ଯ୍ୟନ୍ତ ସରକାରୀ ଚାକିରୀଆଙ୍କ ପାଇଁ ଉପଲବ୍ଧ ଥିଲା ।
ପେନସନ୍ ର ମ୍ୟୁଟେସନ ସହ ଜଡିତ ଏହି ନିୟମ ପୂର୍ବରୁ ୧ ଜାନୁଆରୀ ୨୦୨୦ ରୁ ଲାଗୁ ହେବାର ଥିଲା । କିନ୍ତୁ ଏହା ୨୦ ଫେବୃଆରୀ ୨୦୨୦ ର ଗ୍ୟାଜେଟ୍ ହୋଇଛି । ସେଥିପାଇଁ ଏହି ତାରିଖରୁ ଏହା ପ୍ରଭାବିତ ହେବ । ଏହାସହିତ ବେସରକାରୀ ଚାକିରୀଆ ମାନେ ଏହାର ଫାଇଦା ଉଠାଇ ପାରିବେ ।
ଇପିଏଫଓ ତାର କୌଣସି ସ୍କିମକୁ କର୍ମଚାରୀ ପେନସନ୍ ଯୋଜନା ୨୦୨୦ ନାମ ରେ ପରିଣତ କରିଛି । ଏବେ ସରକାରଙ୍କ ପକ୍ଷରୁ ଏହାକୁ ଗ୍ୟାଜେଟ କରି ଦିଆଯାଇଛି ।
ସୂଚନାଯୋଗ୍ୟ, ୨୦୧୯ ମସିହା ଅଗଷ୍ଟ ମାସରୁ ଏହି ନିୟମକୁ ପରିବର୍ତ୍ତନ ପାଇଁ ଇପିଏଫଓ ପକ୍ଷରୁ ମଞ୍ଜୁରୀ ଦିଆଯାଇଥିଲା । ଏହି ସୁବିଧାରେ ୬୩ ଲକ୍ଷ ଇପିଏସ ପେନସନଧାରୀ ଏହାର ଲାଭ ଉଠାଇ ପାରିବେ । କେବଳ ଏତିକି ନୁହେଁ, ଇପିଏଫ ଏଭଳି ଏକ ବ୍ୟବସ୍ଥା ଉପରେ କାମ କରୁଛି, ଯେଉଁଥିରେ ବ୍ୟକ୍ତିଙ୍କୁ ଅବସର ନେବା ଦିନଠାରୁ ହିଁ ପିଏଫ ପ୍ରାପ୍ତ ହୋଇଯିବ ଏବଂ ସଠିକ୍ ସମୟରେ ପେନସନ୍ ବି ମିଳିଯିବ । ପିଏଫ ର ଅଧିକ ଲାଭ ପାଇଁ ୟୁଏଏନ କୁ ଆଧାର ସହ ସଂଯୋଗ କରିବା ନିହାତି ଆବଶ୍ୟକ ।
ସୂଚନାଯୋଗ୍ୟ, ୨୦୦୯ ମସିହାରେ ଇପିଏଫଓ ତାର ପେନସନ୍ ଫଣ୍ଡରୁ ଆଡଭାନ୍ସ ଉଠାଇବାର ବ୍ୟବସ୍ଥାକୁ ସମାପ୍ତ କରିଦେଇଥିଲା । ମାତ୍ର ଏବେ ଏହି ବ୍ୟବସ୍ଥାକୁ ପୁର୍ନବାର ଲାଗୁ କରାଯାଉଛି ।