ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କିଛି ଦିନ ମଧ୍ୟରେ ଲକ୍ଷାଧିକ ଦିୱାନା କରିଥିବା ଗେମ୍ସ ପବଜି ବହୁତ ଶୀଘ୍ର ଭାରତକୁ ଫେରିବାକୁ ଯାଉଛି । ଏହି ଗେମ ପୁନର୍ବାର ଭାରତକୁ ଫେରିବ ବୋଲି ଘୋଷଣା କରାଯାଇଥିଲା । ସେହିପରି ଏବେ କମ୍ପାନୀ ଏହାକୁ ନେଇ ଏକ ଟିଜର ଭିଡିଓ ଜାରି କରିଛି । ଭାରତ ସରକାର ପବଜି ସମେତ ୧୧୮ ଟି ମୋବାଇଲ ଆପ୍ସ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଡାଟା ସିକ୍ୟୁରିଟିକୁ ନେଇ ଏହି ସମସ୍ତ ଆପ୍ସକୁ ବ୍ୟାନ କରିଦିଆଯାଇଥିଲା ।
ଗେମ ର ଅଫିସିଆଲ ହ୍ୟାଣ୍ଡେଲରେ ଏକ ଟିଜର ଜାରି କରିଛି ପବଜି ଡେଭଲପର୍ସ । ଯେଉଁଥିରେ କୁହାଯାଇଛି କି, ଅଲ୍ ନ୍ୟୁ ପବଜୀ ମୋବାଇଲ ଭାରତକୁ ଆସୁଛି । ନିଜର ସମସ୍ତ ବନ୍ଧୁଙ୍କ ସହ ଏହାକୁ ସେୟାର କରନ୍ତୁ ।
ସେହିପରି ଟକ୍ ଏସ୍ପୋର୍ଟସଙ୍କ ରିପୋର୍ଟ ମୁତାବକ, ନୂତନ ପବଜୀ ମୋବାଇଲ ଗେମ ପାଇଁ ପ୍ରି-ରେଜିଷ୍ଟ୍ରେସନ ଟ୍ୟାପଟ୍ୟାପ ଷ୍ଟୋରରେ ଉପଲବ୍ଧ । ଆଇଓଏସ ଏବଂ ଆଣ୍ଡ୍ରୋଏଡ ଦୁଇଟି ପ୍ଲାଟଫର୍ମ ୟୁଜର୍ସଙ୍କ ପାଇଁ ପ୍ରି-ରେଜିଷ୍ଟ୍ରେସନ ଉପଲବ୍ଧ । ଯଦି ଆପଣ ବି ପବଜି ମୋବଇଲ ଇଣ୍ଡିଆ ପାଇଁ ରେଜିଷ୍ଟ୍ରେସନ କରିବାକୁ ଚାହୁଁଛନ୍ତି ତେବେ ସେଥିପାଇଁ ଟ୍ୟାପଟ୍ୟାପ କମ୍ୟୁନିଟିର ସଦସ୍ୟ ହେବାକୁ ହେବ ।
କମ୍ପାନୀ ପକ୍ଷରୁ କୁହାଯାଇଛି କି , ପବଜି କର୍ପୋରେସନ ପାଇଁ ଇଣ୍ଡିଆନ୍ ପ୍ଲେୟରଙ୍କ ଡାଟାର ଗୋପନୀୟତା ଏବଂ ସୁରକ୍ଷା ପ୍ରଥମ ପ୍ରାଥମିକତା । ସୁରକ୍ଷାକୁ ମଜବୁତ କରିବା ପାଇଁ କମ୍ପାନୀ ଭାରତୀୟ ୟୁଜର୍ସଙ୍କ ବ୍ୟକ୍ତିଗତ ପରିଚୟ ବିଶିଷ୍ଟ ଷ୍ଟୋରେଜ୍ ପ୍ରଣାଳୀରେ ନିୟମିତ ଅଡିଟ କରିବ ।