ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟକରୁଥିବା ସି ଗ୍ରୁପ କର୍ମଚାରୀଙ୍କ ପଦନ୍ନୋତି ପାଇଁ ଆଉ ଆବଶ୍ୟକ ପଡିବ ନାହିଁ ସିସିଆର । ଅଫିସର ଉପରିସ୍ଥ କର୍ମଚାରୀଙ୍କ ନାମ ଅଧିକାରୀ ସୁପାରିଶ କଲେ ଏଣିକି ହେବ ଏହି ଗ୍ରୁପର କର୍ମଚାରୀଙ୍କ ପଦୋନ୍ନତି । ଏମିତି ଏକ ବଡ ଘୋଷଣା କରିଛନ୍ତି ରାଜ୍ୟ ସରକାର ।
ଏନେଇ ଆଜି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରୀପାଠି । ସୂଚନା ଅନୁସାରେ ସି ଗ୍ରୁପର କର୍ମଚାରୀ ମାନେ ପ୍ରତିବର୍ଷ ସେମାନଙ୍କ ସିସିଆର ଦାଖଲ କରିବାକୁ ପଡୁଥିଲା । ଯାହା ଉପରେ ନିର୍ଭର କରୁଥିଲା ଏହି ଗ୍ରୁପର କର୍ମଚାରୀଙ୍କ ପଦନ୍ନୋତି । ଏଣକି ଆଉ ସିସିଆର ଦେବାକୁ ପଡିବ ନାହିଁ । ନିଜ ବିଭାଗର ବରିଷ୍ଠ ଅଧିକାରୀ ନାମ ସୁପାରିଶ କରିଦେଲେ କର୍ମଚାରୀଙ୍କ ପଦୋନ୍ନତି ହେବ ।