ମୟୁରଭଞ୍ଜ (ରାଜ୍ ଗୁପ୍ତା): ଗତ ଶୁକ୍ରବାର ଯକ୍ଷ୍ମା ପାଇଁ ବାରିପଦାରୁ ଚିକିତ୍ସା ପରେ ରାଇରଙ୍ଗପୁର ସବଜେଲକୁ ଗାଡ଼ିରେ ଫେରୁଥିବା ଆଜୀବନ କଏଦୀ ଡମାନ ମାର୍ଣ୍ଡି(୪୩)ବିଶୋଇ ନିକଟରେ ଶୌଚ ଯିବା ବାହାନା କରି ଫେରାର ହୋଇଯାଇଥିଲା। ଯାହାକୁ ନେଇ ଜେଲ କର୍ମଚାରୀ ମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିଲା। ତାକୁ ଧରିବା ପାଇଁ ଜେଲ ଓ ପୋଲିସ ପକ୍ଷରୁ ବ୍ୟାପକ ତନାଘନା ଉଦ୍ୟମ ଜାରି ରହିଥିଲା ।
ଆଜି ଫେରାର କଏଦୀ ଡମାନ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧିନ ରେହେଡାକଚା ଗାଁ ନିକଟ ରାସ୍ତାକଡ଼ ଏକ ଵିଲରେ ବସିଥିବା ଦେଖି ଲୋକମାନେ ତାକୁ ପଚରାଉଚରା କରିଥିଲେ। ଏହି ସମୟରେ ଡମାନ ହଠାତ ଦୌଡ଼ି ପଳାଇ ଯାଉଥିବା ବେଳେ ତାକୁ ୩ ଜଣ ଜେଲ କର୍ମଚାରୀ ବିଦ୍ୟାଧର ନାଏକ,ଜଗନ୍ନାଥ ବେହେରା ଓ ଜିତେନ୍ଦ୍ର ମାର୍ଣ୍ଡି କାବୁ କରି ନେଇ ସେ ଫେରାର କଏଦୀ ଡମାନ ବୋଲି ଜାଣିବାକୁ ପାଇଥିଲେ।
ଏହାପରେ ଡମାନକୁ ରାଇରଙ୍ଗପୁର ସବ-ଜେଲର ମଦନ ମୋହନ ମାର୍ଣ୍ଡି ଙ୍କ ତତ୍ୱାବଧାନରେ ମାମଲା ରୁଜୁ ହୋଇଥିବା ବିଶୋଇ ଥାନାକୁ ତଦନ୍ତ ପାଇଁ ଆଣିଥିଲେ। କଏଦୀର ଏହି ଫେରାର ଘଟଣା ନେଇ ବିଶୋଇ ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି। ସୂଚନାଯୋଗ୍ୟ ଯେ ତିରିଂ ଥାନା ସାପଘେରା ଗାଁ ର ଚଘରା ମର୍ଣ୍ଡିଙ୍କ ପୁଅ ଡମାନ ଗତ ୨୨/୦୭/୨୦୧୪ ତାରିଖଦିନ ଏକ ନରହତ୍ୟା ମାମଲାରେ ଗିରଫ ହେବା ପରେ ଅଦାଲତ ତାକୁ ଆଜୀବନ କାରାଦଣ୍ଡା ଦେଶର ରାୟ ଶୁଣାଇଥିଲେ।