- ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଚିନ୍ତା ବଢାଉଛି କରୋନା । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ଏହି ମହାମାରୀ ରେ ଗୋଟେ ପରେ ଗୋଟେ ଜୀବନ ଯାଉଛି । ରାଜ୍ୟରେ ପୁଣି ଆଜି ଆଉ ୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଏବେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୨କୁ ବୃଦ୍ଧି ପାଇଛି ।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Regret to inform the demise of 4 Covid positive patients while under treatment in hospital.
1. Female of 65 years of Ganjam district, also suffering from Diabetes and Hypertension.
2. Male of 58 years of Ganjam district, also suffering from Tubercular Meningitis.
— H & FW Dept Odisha (@HFWOdisha) July 9, 2020
କରୋନାରେ ମୃତ୍ୟୁ ବରଣ କରିଥିବା ୪ ଜଣଙ୍କ ମଧ୍ୟରୁ ୩ ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ଜଣେ ଭଦ୍ରକ ଜିଲ୍ଲାର ବୋଲି ଜଣାପଡିଛି । ଗଞ୍ଜାମର ୩ ଜଣଙ୍କ ମଧ୍ୟରେ ୫୮ ଓ ୬୩ ବର୍ଷିୟ ୨ ଜଣ ପୁରୁଷ ହୋଇଥିବା ବେଳେ ଅନ୍ୟ ଜଣେ ହେଉଛନ୍ତି ୬୫ ବର୍ଷିୟା ମହିଳା । ସେହିପରି ଭଦ୍ରକରେ ଜଣେ ୫୮ ବର୍ଷିୟ ବ୍ୟକ୍ତିଙ୍କର କରୋନାରେ ଜୀବନ ଯାଇଛି । ଏମାନେ ସମସ୍ତେ ଅନ୍ୟ ରୋଗରେ ମଧ୍ୟ ପୀଡିତ ଥିଲେ ।