ବୌଦ୍ଧ(ଏଟିଆର ବ୍ୟୁରୋ): ବୌଦ୍ଧ ଜିଲ୍ଲା ରାମେଶ୍ୱର ବିହାର ନିକଟରେ ଏକ ସଡକ ଦୁର୍ଘଟଣା ଘଟିଛି । ଗତକାଲି ବିଳମ୍ବିତ ରାତିରେ ଦୃତ ବେଗରେ ଆସୁଥିବା ଟ୍ରକ୍ ଟି ଏକ ବାଇକ୍ କୁ ପଛ ପଟୁ ଟ୍ରକ ଧକ୍କା ଦେଇଥିଲା । ଫଳରେ ଏହି ଦୁର୍ଘଟଣାରେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଛି । ମୃତକ ନାଁ ସଚିତାନନ୍ଦ ଶତପଥୀ ବୋଲି ଜଣା ପଡିଛି ।
ଦୁର୍ଘଟଣା ପରେ ସଚିତାନନ୍ଦ ଗୁରୁତର ଅବସ୍ଥାରେ ରାସ୍ତାରେ ପଡିଥିଲେ । ସେଠାରେ ଉପସ୍ଥିତ ଥିବା କିଛି ସ୍ଥାନୀୟ ଲୋକ ସଚିତାନନ୍ଦଙ୍କୁ ଡାକ୍ତରଖାନା ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ବୌଦ୍ଧ ପୋଲିସ ପହଞ୍ଚିବା ସହ ତଦନ୍ତ ଜାରି ରଖିଛି ।