ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆସିଛି ପାର୍ବଣ ଋତୁ । ଏହି ଅବସରରେ ହାଟ, ବଜାର , ମଣ୍ଡପ ମାନଙ୍କରେ ଯେପରି ଗହଳି ନହେବ ଏବଂ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠୁ ଟ୍ୱିନ ସିଟିରେ ଲାଗୁ ହେବାକୁ ଯାଉଛି ନାଇଟ କର୍ଫ୍ୟୁ । ରାତି ୮ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ କଡାକଡି ଭାବେ ପାଳନ କରାଯିବ । ଏନେଇ ପୋଲିସ କମିସନରଙ୍କ ପକ୍ଷରୁ ଚେତାବନା ଦିଆଯାଇଛି ।
ଟ୍ୱିନ୍ ସିଟିର ପ୍ରମୁଖ ଛକ ମାନଙ୍କରେ ପୋଲିସ ମୁତୟନ ରହିବେ । କେବଳ ଜରୁରୀ ସେବା ଯୋଗାଇବା ପାଇଁ ଲୋକଙ୍କୁ ଯାତାୟତ ପାଇଁ ଅନୁମତି ମିଳିବ । ଏହାବ୍ୟତିତ ଅନ୍ୟ କାହାରିକୁ ଯାତାୟତ ପାଇଁ ଅନୁମତି ନାହିଁ । ନାଇଟ କର୍ଫ୍ୟୁ ସମୟରେ ଯଦି କେହି ଅମାନିଆ ହୋଇ ବାହାରେ ବୁଲନ୍ତି ତେବେ ତାଙ୍କଠାରୁ ଜରିମାନା ଆଦାୟ କରାଯିବ । ଏହାସହିତ ଯଦି କେହି ନିୟମକୁ ନମାନି ଉଲ୍ଲଂଘନ କରନ୍ତି ତେବେ ତାଙ୍କୁ ଗିରଫ ମଧ୍ୟ କରାଯିବ ବୋଲି ପୋଲିସ କମିସନର ସୂଚନା ଦେଇଛନ୍ତି ।