ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାଧାରଣ ଲୋକଙ୍କ ସବୁିଧା ଓ ଲୋକମାନେ କେଉଁଭଳି ଭାବେ ସମସ୍ତ କାର୍ଯ୍ୟାଳୟ ଗୁଡିକ ବା ବିଭାଗରେ ସହଜରେ ସମସ୍ତ ସୁବିଧା ପାଇ ପାରିବେ ତାକୁ ରାଜ୍ୟ ସରକାର ଆରମ୍ଭ କରିଥିବା ମୋ ସରକାରରେ ଆଉ ୫ ଟି ବିଭାଗକୁ ମୁଖ୍ୟମନ୍ତ୍ରୀ ଯୋଡିଛନ୍ତି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି ।
ସୂଚନାଯୋଗ୍ୟ- ଜଙ୍ଗଲ ପରିବେଶ ବିଭାଗ, ସୂଚନା ଲୋକସମ୍ପର୍କ ବିଭାଗ, କ୍ରୀଡା ଟ ଯୁବ ବ୍ୟାପାର, ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ, କୌଶଳ ବିକାଶ ଓ ବୈଷୟିକ ବିଭାଗକୁ ରାଜ୍ୟ ସରକାର ମୋ ସରକାର ଅଧିନକୁ ଆଣିଛନ୍ତି । ଏହି ଅବସରରେ ମୋ ସରକାର ଅଧିନକୁ ଆସିଥିବା ବିଭାଗ ଗୁଡିକୁ ମୁଖ୍ରମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି ।