ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜିଠାରୁ ରାଜ୍ୟରେ ନୂଆ ମୋଟରଯାନ ଆଇନ କଡାକଡି ଭାବେ ପାଳନ କରାଯାଉଛି । ଆଜି ସକାଳୁ ରାଜଧାନୀର ବିଭିନ୍ନ ଛକରେ ଚେକିଂ ଆରମ୍ଭ ହୋଇ ଯାଇଛି । ଟିକେ ବେପୁରୁଆ ହୋଇ ଗାଡି ଚଳାଇଲେ ମାଡି ବସୁଛନ୍ତି ପୋଲିସ ଏବଂ କାଟୁଛନ୍ତି ମୋଟା ଅଙ୍କର ଫାଇନ ।
ତେବେ ଆଜି ଏକ ବଡ ଘୋଷଣା କରିଛନ୍ତି ଟ୍ରାଫିକ ଡିସିପି ସାଗରିକା ନାଥ । ସେ ଘୋଷଣା କରିଛନ୍ତି ଜଣେ ଯଦି ଲର୍ଣ୍ଣି ଲାଇସେନ୍ସରେ ଗାଡି ଚଳାଉଛନ୍ତି ତେବେ ତାଙ୍କ ପଛରେ ଜଣେ ବୈଧ ଲାଇସେନ୍ସ ଥିବା ବ୍ୟକ୍ତି ବସିବେ । ନହେଲେ ଲର୍ଣ୍ଣି ଲାଇସେନ୍ସ ଧାରୀଙ୍କ ଠାରୁ ଫାଇନ ଆଦାୟ କରାଯିବ । ସୂଚନା ଅନୁସାରେ ଏବେ ରାଜଧାନୀରେ ୨୪ ହଜାର ଲର୍ଣ୍ଣି ଲାଇସେନ୍ସ ଧାରୀ ରହିଛନ୍ତି ।