ଭୁବନେଶ୍ୱର(ଏଟିଆର ବ୍ୟୁରୋ): ପୁଣି ଥରେ ଜଣେ ‘ମୋ ସରକାର’ ଅଧିକାରୀଙ୍କ କାର୍ଯ୍ୟକ୍ରମରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ଭଦ୍ରକ ଭଣ୍ଡାରୀପୋଖରୀ ଅତିରିକ୍ତ ତହସିଲଦାର ଶରତ କୁମାରଙ୍କୁ ସ୍ଥାନାନ୍ତରିତ କରାଯାଇଛି । ଫଳରେ ଓଆରଏସ ଅଧିକାରୀ ଶରତ ସ୍ୱାଇଁଙ୍କୁ ବିଦା କରାଯିବା ସହ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଶରତ ଜାଣିଶୁଣି ଜତିଗତ ପ୍ରମାଣ ପତ୍ର ଦେବା ପାଇଁ ବିଳମ୍ବ କରୁଥିବା ଲୋକମାନେ ଅଭିଯୋଗ କରୁଥିଲେ । ଜାତିପତ୍ର ପ୍ରମାଣ ପତ୍ର ଦେବା ପାଇଁ ବିଳମ୍ବ କରୁଥିବାରୁ ଭଣ୍ଡାରି ପୋଖରୀର ଅତିରିକ୍ତ ତହସିଲଦାରଙ୍କୁ ସଙ୍ଗେ ସଙ୍ଗେ ବିଦା କରାଯିବା ସହ ତାଙ୍କ ବିରୋଧରେ ମୋ ସରକାର ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ସାଧାରଣ ଲୋକମାନେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏହି ଅବହେଳା ବାବଦରେ ଅଭିଯୋଗ କରିବାରୁ ମୋ ସରକାରୀ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଲୋକସେବାରେ ଥିବା ସରକାରୀ ଅଧିକାରୀଙ୍କ ଦୁର୍ନୀତି, ଅବହେଳା ଆଦିକୁ ‘ମୋ-ସରକାର’ ଗୁରୁତର ଭାବେ ଗ୍ରହଣ କରି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରି ଆସୁଛନ୍ତି ।