ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବଲିଉଡ ଇଣ୍ଡଷ୍ଟ୍ରୀର ସବୁଠାରୁ ଲଭେବୁଲ କପଲ୍ ହେଉଛନ୍ତି ମିଲିନ୍ଦ ସୋମନ ଏବଂ ତାଙ୍କ ପତ୍ନୀ ଅଙ୍କିତା କଂୱର । ଏହି ଦମ୍ପତି ସର୍ବଦା ତାଙ୍କ ରିଲେସନସିପ ଗୋଲ୍ସକୁ ଦର୍ଶକଙ୍କ ସାମ୍ନାକୁ ଆଣିଥାନ୍ତି ଏବଂ ପ୍ରମାଣ କରିଥାନ୍ତି କି ବୟସ ମାତ୍ର ଏକ ନମ୍ବର । ଏହାସହିତ ଉଭୟ ତାଙ୍କର ରୋମାଣ୍ଟିକ ଫଟୋ ଏବଂ ଭିଡିଓ ସେୟାର କରିଥାନ୍ତି । ଏବେ ପୁଣି ଆଉ ଏକ ରୋମାଣ୍ଟିକ ଫଟୋ ସେୟାର କରିଛନ୍ତି ମିଲିନ୍ଦ ।
https://www.instagram.com/p/CMmoQVynDFG/?utm_source=ig_web_copy_link
ମିଲିନ୍ଦ ତାଙ୍କ ଇଂଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଏବଂ ତାଙ୍କ ପତ୍ନୀ ଅଙ୍କିତା ଉଭୟ ରୋମାଣ୍ଟିକ ମୁଡରେ ଦୁହେଁ ଦୁହିଁଙ୍କୁ କିସ୍ କରୁଛନ୍ତି । ଏଥିରେ କ୍ୟାପ୍ସନରେ ମିଲିନ୍ଦ ଲେଖିଛନ୍ତି ଭେଗାନ ଫ୍ୟାସନ ପାର୍ଟ୨ । ପ୍ୟାସନ ଫର୍ ଫ୍ୟାସନ ।
ଏହାପୂର୍ବରୁ ମିଳିନ୍ଦ ତାଙ୍କ ଇଂଷ୍ଟାଗ୍ରାମରେ ଏକ ଭିିଡିଓ ଏବଂ ଅନେକ ଫଟୋ ସେୟାର କରିଥିଲେ । ସେଥିରେ କ୍ୟାପ୍ସନରେ ଲେଖିଥିଲେ ଭେଗାନ ଫ୍ୟାସନ । ଲେଦର ନୁହେଁ, ରେଶମ ନୁହେଁ, ଉଲ ନୁହେଁ, ମାନବୀୟ ଇଛାକୁ ସନ୍ତୁଷ୍ଟ କରୁଥିବା ଯନ୍ତୁଙ୍କ ଯନ୍ତ୍ରଣା ନୁହେଁ, ଯଦି ଆପଣ କେୟାର କରୁଛନ୍ତି ତେବେ ଏହା ଏକ ବିକଳ୍ପ । ଯଦି ଆପଣ ସଷ୍ଟେନେବିଲିଟି ଆଶା କରୁଛ ତେବେ ଦୁନିଆରେ ନିର୍ଦୟୀ ହୁଅନି ।