ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଚାଇନାର ସ୍ମାର୍ଟଫୋନ ମେକର ସାଓମି ଆସନ୍ତା ମାର୍ଚ୍ଚ ୧୨ରେ RedMi Note 9 ସିରିଜ୍ ଭାରତରେ ଲଞ୍ଚ କରିବାକୁ ଯାଉଛି । ସାଓମିର ଅଫିସିଆଲ ୱେବସାଇଟ ପକ୍ଷରୁ ଏହି ସ୍ମାର୍ଟଫୋନର ଟିଜର ମଧ୍ୟ ଜାରି କରାଯାଇଛି ।
ତେବେ ଆସନ୍ତା ୧୨ ତାରିଖରେ ଦିନ ୧୨ ଟା ବେଳ RedMi Note 9 ସିରିଜ୍ ଲଞ୍ଚ କରାଯିବ । ସାଓମି ଇଣ୍ଡିଆର ହେଡ ମନୁ କୁମାର ଜୈନଙ୍କ ଏକ ଟ୍ୱିଟରୁ RedMi Note 9 ସିରିଜ୍ ର ଫାଷ୍ଟ ଝଲକ ଦେଖିବାକୁ ମିଳିଥିଲା ।
ସାଓମି RedMi Note 9 ସିରିଜର ଦୁଇଟି ସ୍ମାର୍ଟଫୋନ RedMi Note 9 ଓ RedMi Note 9 Pro ବର୍ତ୍ତମାନ ଭାରତରେ ଲଞ୍ଚ କରିବାକୁ ଯାଉଛି । ଏହି ଦୁଇଟି ସ୍ମାର୍ଟଫୋନ ଆସନ୍ତା ୧୨ ତାରିଖରେ ଲଞ୍ଚ ହେବ । ଏହି ସ୍ମାର୍ଟଫୋନ ଗୁଡିକରେ କ୍ୱାର୍ଡ ରିଅର କ୍ୟାମେରା ସହିତ 90Hz ରିଫ୍ରେସ ରେଟ ଡିସପ୍ଳେର ଫିଚର ଉପଲବ୍ଧ ହେବ ।
ଏହି ସ୍ମାର୍ଟଫୋନ ଲଞ୍ଚକୁ ନେଇ ସାଓମି ଓ ଆମାଜୋନ ଇଣ୍ଡିଆ ମିଳିତ ଭାବରେ ଆମାଜୋନ ଇଣ୍ଡିଆର ସାଇଟରେ ଏକ ମାଇକ୍ରୋ ସାଇଟ ତିଆରି କରିଛନ୍ତି । ସ୍ମାର୍ଟଫୋନଟି ଲଞ୍ଚ ହେବା ପରେ ଏହି ସାଇଟରେ ଦୁଇଟି ଯାକ ସ୍ମାର୍ଟଫୋନର ଲୁକ ଓ ସମସ୍ତ ତଥ୍ୟ ମିଳି ପାରିବ ।