ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମଙ୍ଗଳବାର ହେଉଛି ଭଗବାନ ହନୁମାନଙ୍କ ଦିନ । ପୌରାଣିକ କଥା ଅନୁଯାୟୀ ଭଗବାନ ଶିବଙ୍କର ୧୧ତମ ରୂପ ହେଉଛନ୍ତି ହନୁମାନ । ଏହାସହିତ ହନୁମାନଙ୍କୁ କଳିଯୁଗର ଦେବତା ବୋଲି ମଧ୍ୟ କୁହାଯାଏ । ସେଥିପାଇଁ ମଙ୍ଗଳବାର ଦିନ ହନୁମାନଙ୍କ ପୂଜା ଏବଂ ବ୍ରତ କରିବା ଦ୍ୱାରା ଭଗବାନଙ୍କ ଅସୀମ କୃପା ପ୍ରାପ୍ତ ହୋଇଥାଏ । ଏହି ବ୍ରତ ବହୁତ ଲାଭକାରୀ ହୋଇଥାଏ । ଏହାସହିତ ଏହି ବ୍ରତର ଫଳସୂରୁପ ପାପରୁ ମୁକ୍ତି ମିଳିଥାଏ । ବଜରଙ୍ଗବାଲିଙ୍କୁ ସାହାସ ବା ବୀରତା ସହ ଯୋଡା ଯାଇଥାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କି କିଛି ଏଭଳି କାମ ରହିଛି ଯାହାକୁ ମଙ୍ଗଳବାର ଦିନ କରିବା ଦ୍ୱାରା ଅଶୁଭ ହେବା ସହ ବଜରଙ୍ଗୱାଲି କ୍ରୋଧିତ ହୋଇଥାନ୍ତି ।
ହନୁମାନଙ୍କ ପ୍ରିୟ ରଙ୍ଗ ହେଉଛି ଲାଲ । ସେଥିପାଇଁ ହନୁମାନଙ୍କ ପୂଜା ସମୟରେ ଭୁଲ୍ ରେ ବି କଳା ଏବଂ ଧଳା ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ନାହିଁ । ଏଭଳି କରିବା ଦ୍ୱାରା ଆପଣଙ୍କ ପୂଜା ବିଫଳ ହେବା ସହ ନକରାତ୍ମକ ପ୍ରଭାବ ପଡିଥାଏ । ସେଥିପାଇଁ ହନୁମାନଙ୍କ ପୂଜାରେ ଲାଲ ରଙ୍ଗର ବସ୍ତ୍ର ପରିଧାନ କରିବା ଉଚିତ୍ ।
ମଙ୍ଗଳବାର ଦିନ କଦାପି ଦାଢି କିମ୍ବା କେଶ କାଟନ୍ତୁ ନାହିଁ । ଏହାଦ୍ୱାରା ଆପଣଙ୍କଠାରେ ମଙ୍ଗଳବାର ଦୋଷ ଲାଗିଥାଏ ।
ମଙ୍ଗଳବାର ନଖ କାଟିବା ଉଚିତ୍ ନୁହେଁ । ଏହି ଦିନ ନଖ କାଟିବା ଅଶୁଭ ହୋଇଥାଏ । ଯେଉଁଥି ପାଇଁ ଆପଣଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ ।
ଯେଉଁ ବ୍ୟକ୍ତି ମଙ୍ଗଳବାର ପୂଜା ବା ବ୍ରତ ରଖିଥାନ୍ତି ସେମାନଙ୍କୁ ଏହିଦିନ ଲୁଣ ସେବନ କରିବା ଉଚିତ୍ ନୁହେଁ ।
ସେହିପରି ମଙ୍ଗଳବାର ଦିନ ଆମିଷ ଭୋଜନ କରିବା ଉଚିତ୍ ନୁହେଁ । ଏହାଦ୍ୱାରା ପରିବାରଙ୍କ ଉପରେ ବିପଦ ଆସିଥାଏ ।
ବହୁତ କମ୍ ଲୋକ ଜାଣିଥିବେ କି ହନୁମାନଙ୍କ ପୂଜାରେ ଚରଣାମୃତ ପ୍ରୟୋଗ କରାଯାଏ ନାହିଁ ।