ଟିଟିଲାଗଡ(ଏଟିଆର ବ୍ୟୁରୋ): ଟିଟିଲାଗଡ ଓ ରାୟପୁର ମଧ୍ୟରେ ଆଜିଠୁ ଗଡିବ ବିଦ୍ୟୁତ ଇଞ୍ଜିନ ରେଳ । ଗତକିଛି ଦିନ ତଳେ ଟିଟିଲାଗଡ ଓ ରାୟପୁର ମଧ୍ୟରେ ରେଳ ଟ୍ରାକର ବିଦ୍ୟୁତକରଣ କାମ ଆରମ୍ଭ ହୋଇଥିଲା । । ଯାହା ଏବେ ଶେଷ ହୋଇଯାଇଛି । ତେବେ ଆଜି ଠାରୁ ସମସ୍ତ ବିଦ୍ୟୁତ ଇଞ୍ଜିନ ଚାଳିତ ଦ୍ରୁତଗାମୀ, ପାସେଞ୍ଜର ଓ ମାଲବାହୀ ଟ୍ରନ୍ ଚାଲିବ । ଏନେଇ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ଟିଟିଲାଗଡ ଓ ରାୟପୁର ମଧ୍ୟରେ ଡିଜେଲ ଇଞ୍ଜିନ ଚାଳିତ ଟ୍ରେନ ଚାଲୁଥିଲା । ଯାହାଫଳରେ ଏହି ଇଞ୍ଜିନରୁ ବାହାରୁ ଥିବା ଧୂଆଁ ପାଇଁ ପରିବେଷ ଦୂଷିତ ହେଉଥିଲା । ଏହା ସହ ବାରମ୍ବାର ଇଞ୍ଜିନ ଗୁଡିକ ବଦଳିବାକୁ ପଡୁଥିଲା । ଯେଉଁଥି ପାଇଁ ଅଜଥା ସମୟ ନଷ୍ଟ ହେଉଥିଲା । କାମ ସରିବା ପରେ ପ୍ରଥମ ପର୍ଯ୍ୟୟରେ ୨୦ ତାରିଖରୁ କିଛି ପାସେଞ୍ଜର ଟ୍ରେନ ଓ ମାଲବାହୀ ଟ୍ରେନ ଚାଲିଥିଲା । ଆଜିଠାରୁ ଏକ୍ସପ୍ରେସ ଓ ଦୂରଗାମୀ ବିଦ୍ୟୁତ୍ ଇଞ୍ଜିନ ଟ୍ରେନ୍ ଚାଲିବ।
ରେଳ ବିଭାଗର ସୂଚନା ଆନୁସାରେ ଆଜିଠାରୁ ୨୨୯୭୩/୨୨୯୭୪ ଌ ୧୨୯୯୩/୧୨୯୯୪ ଗାନ୍ଧୀଧାମ-ପୁରୀ-ଗାନ୍ଧୀଧାମ ଏକ୍ସପ୍ରେସ, ୧୨୧୪୫/୧୨୧୪୬ ମୁମ୍ବଇ ଏଲଟିଟି-ପୁରୀ-ଏଲଟିଟି ଏକ୍ସପ୍ରେସ, ୧୨୮୪୩/୧୨୮୪୪ ଌ ୧୮୪୦୫/୧୮୪୦୬ ପୁରୀ-ଅହମଦାବାଦ-ପୁରୀ ଏକ୍ସପ୍ରେସ,୧୮୪୨୧/୧୮୪୨୨ ପୁରୀ-ଆଜମେର-ପୁରୀ ଏକ୍ସପ୍ରେସ, ୨୨୮୨୭/୨୨୮୨୮ ପୁରୀ-ସୁରଟ-ପୁରୀ ଏକ୍ସପ୍ରେସ, ୨୨୮୪୭/୨୨୮୪୮ ବିଶାଖାପାଟଣା-ଏଲଟିଟି-ବିଶାଖାପାଟଣା ଏକ୍ସପ୍ରେସ, ୧୮୪୦୭/୧୮୪୦୮ ପୁରୀ-ସାଇ ନଗର ସିରଡ଼ି-ପୁରୀ ଏକ୍ସପ୍ରେସ ଓ ୧୨୮୦୭/୧୨୮୦୮ ବିଶାଖାପାଟଣା-ନିଜାମୁଦ୍ଦିନ-ବିଶାଖାପାଟଣା ସମତା ଏକ୍ସପ୍ରେସ ଟ୍ରେନ ବିଦ୍ୟୁତ ଚାଲିତ ଇଞ୍ଜିନରେ ଚାଲିବ।